ପାରିବାରିକ ହିଂସା ନେଲା ଉଗ୍ରରୂପ;ପୁତୁରା ଶାବଳ ମାଡରେ ଟଳିପଡିଲେ ବଡ ବାପା ଓ ମାଆ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଦେଉରାଇଡ଼ିହି ଗ୍ରାମରେ ଡବଲ ମର୍ଡର ,ପୁତୁରାର ଶାବଳ ମାଡରେ ବଡ ବାପା ଓ ବଡ଼ ମାର ମୃତ୍ୟୁ , ହତ୍ୟା ପରେ ଅଭିଯୁକ୍ତ ମାଝ ହାଁସଦା ତିରିଂ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ! ମୃତକ ବଡ ବାପା ହେଲେ ଯୋଗେନ୍ଦ୍ର ହାଁସଦା(୬୮) ଓ ବଡ଼ ମା ହେଲେ ନାନୀ ହାଁସଦା(୬୫) ! ସୂଚନା ଅନୁଯାୟୀ , ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦା ମଧ୍ୟରେ ଦୀର୍ଘଦିନରୁ ଝଗଡା ହେଉଥିଲା ! ଆଜି ମଧ୍ୟ ପାଣି ପମ୍ପ ବିକ୍ରି କଥା ଉଠାଇ ଯୋଗେନ୍ଦ୍ର ହାଁସଦା ସାନ ଭାଇ ସୁରାଇ ହାଁସଦାଙ୍କ ସହ ଝଗଡା ଆରମ୍ଭ ହୋଇଥିଲା ! ବାପାଙ୍କ ସହ ବଡ଼ ବାପା ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝୀ ହାଁସଦା ଉତକ୍ଷିପ୍ତ ହୋଇ ହୋଇ ଶାବଳରେ ବଡ଼ ବାପା ଓ ବଡ଼ ମାକୁ ମାରି ହତ୍ୟା କରିଥିଲେ ! ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲ କୁ ପଠାଇ ତଦନ୍ତ କରୁଛି ! ବୁଧବାର ଦିନ ଶବ ଵ୍ଯବଛେଦ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ