ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଚରଣଜିତ ସିଂ

ନୂଆଦିଲ୍ଲୀ: ଞ୍ଜାବରେ ଦେଖାଦେଇଛି ରାଜନୈତିକ ଅସ୍ଥିରତାରେ ଆଜି ପଡ଼ିବ ଯବନିକା । ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚରଣଜିତ ସିଂ ଚନ୍ନି, ସୋମବାର ସକାଳ ୧୧ ଟାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଚରଣଜିତ ସିଂ ଚନ୍ନି ସୋମବାର ସକାଳ ୧୧ ଟାରେ ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ। ଚାମକାଉର ସାହେବ ନିର୍ବାଚନମଣ୍ଡଳୀରୁ ତିନିଥର ବିଧାୟକ, ଦଲିତ ନେତା ଥିଲେ ଚରଣଜିତ ସିଂ। ଏହି ସମାରୋହରେ ରାହୁଲ ଗାନ୍ଧି ମଧ୍ୟ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି।
ଚନ୍ନି ୧୯୬୩ ମସିହାରେ କୁରାଲୀ ନିକଟ ପଞ୍ଜାବର ଭଜୌଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ମାଲେସିଆରେ ରହୁଥିଲେ କାରଣ ତାଙ୍କ ପିତା ସେଠାରେ କାମ କରୁଥିଲେ। କିନ୍ତୁ ସେ ୧୯୫୫ ମସିହାରେ ଭାରତ ଫେରି ପଞ୍ଜାବର ଏସ୍‌ଏଏସ୍‌ ନାଗରକୁ ସ୍ଥାନାନ୍ତର ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ