ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ କ୍ଷମତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନେତୃତ୍ୱରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ସଂଗଠନକୁ ମଜବୁତ୍ କରାଯାଇ ଦଳକୁ କ୍ଷମତାରେ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ରବିବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗରିମାମୟ ଉପସ୍ଥିତି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଉଦଘାଟିତ ହୋଇଯାଇଛି । ବୈଠକରେ ଦେଶର ବିଭିନ୍ନ ରାଜ୍ୟ ବିଶେଷ ଭାବରେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡ଼ୁ ଏବଂ ତେଲେଙ୍ଗାନାରେ ସଂଗଠନକୁ ମଜବୁତ୍ କରିବା ପାଇ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି । ଏହି ରାଜ୍ୟରେ ସଂଗଠନକୁ ମଜବୁତ୍ କରାଯିବା ସହ ବିଜେପିକୁ କ୍ଷମତାରେ ଆଣିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଗୋଟିଏ ପଟେ ଦେଶରେ ସଫଳତାର ସହ ୧୦୦ କୋଟିରୁ ଅଧିକ ଟିକାକରଣ ବିଶ୍ୱ ସାମ୍ନାରେ ବଡ ଉଦାହରଣ ହୋଇଛି । କରୋନା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ମାଧ୍ୟମରେ ୮୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରାଯାଇଛି । କରୋନାର କଠିନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମୟୋପଯୋଗୀ ନିଷ୍ପତି ଯୋଗୁଁ ଭାରତ ବିଶ୍ୱ ସାମ୍ନାରେ ଏକ ଉଦାହରଣ ତିଆରି କରିଛି । ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଣିତ ଜାତୀୟ ଶିକ୍ଷା ନୀତିକୁ ବୈଠକରେ ଗଡକରୀ ପ୍ରଶଂସା କରିଛନ୍ତି । ଏହା ନୂଆ ଶିକ୍ଷା ନୀତିର ସୁଫଳ ଦେଶବାସୀ ପାଇବେ । ମୋଦିଜୀଙ୍କ ସରକାର ଚାଷୀ, ଦଳିତ, ପଛୁଆ ବର୍ଗ ତଥା ସମସ୍ତଙ୍କ ଉନ୍ନତି ପାଇଁ ଅଧିକ ଦାୟିତ୍ୱବାନର ସହ କାର୍ଯ୍ୟ କରିଛି । ୨୦୧୪ ପୂର୍ବରୁ ଚାଷୀଙ୍କ ପାଇଁ ବଜେଟରେ କେବଳ ୨୩ ହଜାର କୋଟି ଟଙ୍କାର ପ୍ରାବଧାନ ଥିଲା ମାତ୍ର ମୋଦିଜୀଙ୍କ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ବଜେଟରେ ଏହାକୁ ବୃଦ୍ଧି କରି ୧ ଲକ୍ଷ ୨୩ ହଜାର କୋଟି ଟଙ୍କା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୌଶଳରେ ପୂର୍ବ, ପଶ୍ଚିମ, ଉତର ଏବଂ ଦକ୍ଷିଣରେ ଦଶନ୍ଧି ଧରି ଥିବା ସମସ୍ୟାକୁ ସମାଧାନ କରାଯାଇଛି । ଏହାବ୍ୟତିତ ଧାରା ଜାମ୍ମୁ କାଶ୍ମୀରର ସ୍ଥିତି ବଦଳିଛି । ଏହି ରାଜ୍ୟ ଧାରା ୩୭୦ ଉଚ୍ଛେଦ ଫଳରେ ଜାମ୍ମୁରେ ପୁଞ୍ଜିନିବେଶ, ପର୍ଯ୍ୟଟନ ବଢ଼ିଛି ।
ବୈଶ୍ୱିକ ଆହ୍ୱାନ ସମୟରେ ଦେଶକୁ ନିଜର ଦୁରଦର୍ଶୀ ନେତୃତ୍ୱରେ ଆଗକୁ ନେବା, ପ୍ରଶାସନିକ ଆଦର୍ଶ ସ୍ଥାପିତ କରିବା ତଥା ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ ଏବଂ ଖାଦ୍ୟ ସୁରକ୍ଷା ଅଭିଯାନକୁ ସଂଚାଳନ କରି ଦେଶର ଅର୍ଥନୀତିକୁ ସମ୍ଭାଳିବା ପାଇଁ ଆଜି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ବୈଠକରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ଡ଼ା. ମୁରଲି ମନୋହର ଯୋଶୀ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ ଯୋଡ଼ି ହୋଇଥିଲେ । କାର୍ଯ୍ୟକାରିଣୀରେ ଦଳ ପକ୍ଷରୁ ଚଳିତ ଥର ଅଭିନବ ପଦକ୍ଷେପ ନିଆଯାଇଛି । ୩୬ଟି ସଂଗଠନାତ୍ମକ ଶାଖାର ୩୪୨ ପ୍ରତିନିଧିମାନେ ଡ଼ିଜିଟାଲ ପଞ୍ଜିକରଣ କରିଥିବା କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ