ବେଆଇନ କ୍ଲିନିକ ଚଳାଇଥିବା ନକଲି ଡାକ୍ତର ଗିରଫ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଥାନା, ବାଲିପଦର ଫାଣ୍ଡି ଇଲାକାର କଲମ୍ବ ଛକ ନିକଟରେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ବେଆଇନ ଭାବେ ପୂଜା କ୍ଲିନିକ ନାମରେ ଚିକିତ୍ସା କରିଆସୁଥିବା ଜଣେ ନକଲି ଡାକ୍ତରଙ୍କୁ ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଚକଦ୍ଧା ଥାନା, ସିମୁରାଲି ଗ୍ରାମର ଦିଲ୍ଲୀପ ବିଶ୍ୱାସ ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇ ପୂଜା କ୍ଲିନିକ ନାମରେ ଏକ ଘରୋଇ ଚିକିତ୍ସାଳୟ ସ୍ଥାପନ କରିତା ଚିକିତ୍ସା କରିଆସୁଥିଲେ। ଅଞ୍ଚଳରେ ନକଲି ଡାକ୍ତର ଦିଲ୍ଲୀପ ବିଶ୍ବାସ ବଙ୍ଗାଳି ଡାକ୍ତର ଭାବେ ପରିଚିତ ଥିଲେ। ହେଲେ ଦିଲ୍ଲୀପ ବିଶ୍ୱାସଙ୍କ ଡାକ୍ତରୀ ଯୋଗ୍ୟତା ନଥିବା ବେଳେ ଏବଂ କ୍ଲିନିକ କରିବା ପାଇଁ କୌଣସି ରେଜିଷ୍ଟ୍ରେସନ ନମ୍ବର ନଥିବା ବେଳେ ବେଆଇନ ଭାବେ ନିଜକୁ ଡାକ୍ତର ପରିଚୟ ଦେଇ ଜନସାଧାରଣଙ୍କ ଜୀବନ ସହ ଖେଳ ଖେଳୁଥିଲେ। ଏହା ଜାଣିବା ପରେ ବାଲିପଦର ଫାଣ୍ଡି ଓଆଇସି ଶ୍ରୀ ପ୍ରଧାନ ପୂଜା କ୍ଲିନିକ ଉପରେ ଚଢ଼ାଉ କରି ଅନୁସନ୍ଧାନ ପରେ ଦିଲ୍ଲୀପ ବିଶ୍ବାସଙ୍କ ଡାକ୍ତରୀ ଯୋଗ୍ୟତା ନଥିବା ଜାଣିପାରିଥିଲେ। ସେ ଜଣେ ନକଲି ଡାକ୍ତର ବୋଲି ଜାଣିବା ପରେ ଓ କ୍ଲିନିକ ଖୋଲିବା ପାଇଁ ପ୍ରମାଣ ପତ୍ର ନଥିବା ଯୋଗୁଁ ଦିଲ୍ଲୀପ ବିଶ୍ବାସ ଙ୍କୁ ଗିରଫ କରି ବୁଗୁଡା ଥାନା କେସ ନଂ ୬୨୦/୨୧ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଖବର ଜାଣିବା ପରେ ବୁଗୁଡା ଅଞ୍ଚଳରେ ବେଆଇନ ଭାବେ ଚାଲୁ ରଖିଥିବା କ୍ଲିନିକ ଗୁଡିକରେ ଭୟର ବାତାବରଣ ଖେଳି ଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ