ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନଙ୍କ ଦ୍ଵାରା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ସବୁଠାରୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ । ସବୁରି ଗାଁର ଆତ୍ମାରେ ରହିଛି ଫୁଟବଲ ଖେଳ ।ବର୍ତ୍ତମାନ ଶୀତ ଋତୁର ଆରମ୍ଭ । ଏହା ହେଉଛି ପିକନିକ ଓ ଖେଳକୁଦର ଋତୁ । ମୟୂରଭଂଜ ଜିଲ୍ଲାର ଗାଁ ଗଣ୍ଡାରେ ଖେଳକୁଦ ଆରମ୍ଭ ହୋଇଗଲାଣି ।ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକର ତାଳଗାଁ ପଞ୍ଚାୟତର କାନଖା ଗାଁର ଯୁବକ କ୍ଲବ ଆନୁକୂଲ୍ୟରେ ୭ମ ବାର୍ଷିକ ୪ ଦୀବସୀୟ ଫୁଟବଲ ଟୁର୍ଣାମେଣ୍ଟ ଶୁଭାରମ୍ଭ ହୋଇଛି । ଏହାକୁ ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡ ମୁକ୍ତିମୋର୍ଚା ରାଜ୍ୟ ସଭାନେତ୍ରୀ ଅଂଜନି ସୋରେନ ଯୋଗଦେଇ ଶୁଭାର୍ମ୍ଭ କରିଛନ୍ତି । ଏହି ଖେଳରେ ୬୪ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ମୁଖ୍ୟ ଅତିଥିଙ୍କ ସହ ମୁଖ୍ୟବକ୍ତାଭାବେ ରାଜ୍ୟ ସାଂଗଠନିକ ସଂପାଦକ ଦୁଵରାଜ ନାଗ, ସୁନାରାମ ମୁର୍ମୁ, ଅନ୍ୟତମ ଅତିଥି କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ସାଲୁ କିସ୍କୁ , ରଣଜିତ ସିଂ, ଭାଗବତ ମାଝୀମନୋଜ ବାରିକ, ଘନଶ୍ୟମ ପିଙ୍ଗୁଆ ରମୁଖ ଯୋଗ ଦେଇ ଯୁବ ଫୁଟବଲ ଖେଳାଳିଙ୍କୁ ଉତ୍ସାହିତ କରିଥଲେ । ମୁଖ୍ୟ ଅତିଥି ଅଂଜନୀ ସୋରେନ କହିଥିଲେ ସରକାର ମୟୂରଭଂଜ ଜିଲ୍ଲାରେ ଫୁଟବଲ ଏକାଡେମୀ ନ ଖୋଲିବା ପରିତାପର ବିଷୟ । ଫୁଟବଲ ଏକାଡେମୀ ପ୍ରତିଷ୍ଠା ହେଲେ ନୂଆ ଯୁବ ଫୁଟବଲ ତାରକା ସୃଷ୍ଟି ହେବା ସହ ରାଜ୍ୟ, ଜାତୀୟ ଖେଳରେ ଖେଳିବା ପାଇଁ ସୁଯୋଗ ପାଇ ପାରନ୍ତେ । ଫୁଟବଲ ଖେଳ‌ ଦେଖିବାକୁ ଵହୁ ଖେଳପ୍ରେମୀ ଯୋଗ ଦେଇ ଖେଳାଳୀଙ୍କୁ ଊତ୍ସାହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ