ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ତରଫରୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଉପଭୋକ୍ତା ଅଧିକାର ସୁରକ୍ଷା କମିଟି ପକ୍ଷରୁ କାଶୀନଗର ବ୍ଲକ ଖୁରିଗାଁ ଠାରେ ଏକ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଜିଲ୍ଲା ସଭାପତି ପ୍ରଶାନ୍ତ ମିଶ୍ର, ସଂପାଦକ ଆର୍‌.ଲୋକନାଥମ୍ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଉପଭୋକ୍ତା (କନ୍‌ଜ୍ୟୁମର୍‌) ମାନଙ୍କ ବିଭିନ୍ନ ଅଧିକାର ସମ୍ପର୍କରେ ବୁଝାଇବା ସହ ଅନ୍ଧ ବିଶ୍ୱା ଦୂରୀକରଣ ବୈଜ୍ଞାନିକ ମନୋଭାବର ବିକାଶ ଘଟାଇବା, ପଲିଥିନ୍ ବ୍ୟବହାର ରୋକିବା ପ୍ରଭୃତି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଜଳବାୟୁ ପରିବର୍ତ୍ତନ, ଲିଙ୍ଗଗତ ସାମ୍ୟର ଆବଶ୍ୟକତା, ବାଲ୍ୟ ବିବାହର ଅପକାରିତା ପ୍ରଭୃତି ପ୍ରସଙ୍ଗରେ ବି ।ଲୋଚନା ହୋଇଥିଲା । ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମରେ ହେବା ଉଚିତ୍ ବୋଲି ଗ୍ରାମବାସୀ ମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ