ସମାଜସେବୀଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ସରମଙ୍ଗା ଗ୍ରାମର ବିଶିଷ୍ଟ ସମାଜସେବୀ ଓ ପରୋପକାରୀ ସୁର୍ଯ୍ୟମଣୀ ସ୍ୱାଇଁଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ବିଶିଷ୍ଟ ସ୍ତମ୍ବକାର ସୁ ସାହିତ୍ୟିକ ଗୋବିନ୍ଦଚନ୍ଦ୍ର ପାଣିଗ୍ରାହୀ, ବଉଳା ସାହିତ୍ୟ ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ ସ୍ୱାଇଁ, ଅଜୟ ରାଉଳ, ପୁର୍ବତନ ଏବିଇଓ ନୃଷିହଂ ଚରଣ ସେନାପତି, ଯୁଦ୍ଧିଷ୍ଠିର ପାତ୍ର, ଉମାକାନ୍ତ ସେନାପତି, ଅନୁପ ସ୍ୱାଇଁ, ଉମାକାନ୍ତ ସେନାପତି, ଅମୁଲ୍ୟ ଜେନା, ହରେକୃଷ୍ଣ ଦାସ, ଭାଷ୍କର ଦାସ, ବାସୁଦେବ ଦାସ, ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସୂର୍ଯ୍ୟମଣୀଙ୍କ ସ୍ମୃତିଚାରଣ କରିଥିଲେ । ଉତ୍ତମ ସ୍ୱାଇଁ, ଗୋପବନ୍ଧୁ ସ୍ୱାଇଁଙ୍କ ସମେତ ପରିବାର ଲୋକମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ