ବ୍ରାଉନସୁଗାର ଜବତ, ଜଣେ ଗିରଫ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଶିଖରଘାଟ ନିକଟରେ ୨ଜଣ ଯୁବକ ବ୍ରାଉନସୁଗାର ଆଣି ଆସୁଥିବା ସମୟରେ ରବିବାର ନାଉଗାଁ ପୋଲିସ ତାଙ୍କୁ ଧରିଥିବା ଜଣାଯାଇଛି । ନାଉଗାଁ ଥାନା ପକ୍ଷରୁ ଏସଆଇ ବିଭୁତି କୁମାର ବିଶ୍ୱାଳ ଓ ଅନ୍ୟ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଯୁବକକୁ ଧରିବାରେ ସକ୍ଷମ ହୋଇଥିଲେ । ଜଣେ ଯୁବକ ଖସି ଯାଇଥିବା ବେଳେ ଜଣକୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଯୁବକ ଜଣକ ହେଲେ ପୁରୀ ଜିଲ୍ଲା ଅସ୍ତରଂଗ ଥାନା ଅନ୍ତର୍ଗତ ଆଳସାହିର ବୁଲୁ ନାୟକ(୩୪) । ତାର ନିକଟରୁ ୮ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସେ ଶିଖରଘାଟ ଦେଇ ନାଉଗାଁକୁ ବ୍ରାଉନସୁଗାର ଆଣି ଆସୁଥିବା ଏସଆଇ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି । ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ