ବାଳମୁକୁନ୍ଦ କେନ୍ଦ୍ରରେ ଶିଶୁ କବିତା ପାଠ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଅନଲାଇନ ମାଧ୍ୟମରେ ଶିଶୁ କବିତା ପାଠ କାର୍ଯ୍ୟକ୍ରମ ହୋଇଯାଇଛି । ପାରଳାଖେମୁଣ୍ଡି ଠାରେ ଥିବା ବାଳମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ ଶିଶୁ ସାହିତ୍ୟ ପାଠ କାର୍ଯ୍ୟକ୍ରମର ପ୍ରଥମ କଳାଂଶରେ କେନ୍ଦ୍ରର ପ୍ରଧାନାଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦଜୀ ନିର୍ଦ୍ଧାରିତ ପ୍ରାଣାୟାମ, ଗୀତାଶ୍ଲୋକ ଆବୃତ୍ତି ଅଭ୍ୟାସ କରାଇବା ସହ ସତ୍ୟ ଘଟଣାରେ ଆଧାରିତ କାହାଣୀ ମାଧ୍ୟମରେ ଗୀତ ଗୋବିନ୍ଦ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଦ୍ୱିତୀୟ କଳାଂଶରେ ମୁଖ୍ୟ ଅତିଥିରୂପେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଶିଶୁପ୍ରେମୀ ଗୀତାଞ୍ଜଳି ଦାସ ଯୋଗଦେଇ କବିତା ଲିଖନ ଓ ପଠନ କିଭଳି କରିବା ଶିଶୁମାନଙ୍କୁ ଅତି ସହଜ ଓ ସୁନ୍ଦର ଭାବରେ ବୁଝାଇଥିଲେ । ଏଥିରେ ଶିଶୁ ପ୍ରଜ୍ୟୋତି ଚୌଧୁରୀଙ୍କ ସ୍ୱଲିଖିତ ଏକ କବିତା ପାଠ କରିଥିଲେ । ତୃତୀୟ କଳାଂଶରେ କେନ୍ଦ୍ରର ଆଚାର୍ଯ୍ୟା ମନୋରମା ପତି ଏବଂ ବିଷ୍ଣୁପ୍ରିୟା ପଣ୍ଡା ଶିଶୁମାନଙ୍କ ଲିଖିତ କବିତା ସେମାନଙ୍କ ଭଲ କାର୍ଯ୍ୟ ଓ ସପ୍ତାହର ବିଶିଷ୍ଟ ଦିନମାନଙ୍କର ଆଲୋଚନା କବିତା ମାଧ୍ୟମରେ କରାଇଥିଲେ । ଗୁରୁବାର ପୂଜା କଥା ଶିଶୁ ପ୍ରୀତିଗନ୍ଧା ପୂଜାରୀ, ଜଗନ୍ନାଥ ଜଣାଣ ବର୍ଷିତା ଦାସ, ପ୍ରାର୍ଥନା ଶୁଭଲକ୍ଷ୍ମୀ ପାଣି ପ୍ରମୁଖ ପାଠ କରିଥିଲେ । ସେହିପରି ହର୍ଷିତା ହିମାଙ୍ଗୀ ତାଙ୍କ ପରିବାର ସହ ବାଳମୁକୁନ୍ଦ କେନ୍ଦ୍ରର ମୁଖ୍ୟ ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କୁ ବର୍ତ୍ତମାନ ଓଡିଶା ଗସ୍ତ କାର୍ଯ୍ୟକ୍ରମରେ ସାକ୍ଷାତ କରିଥିବା ଅନୁଭୂତିକୁ ପ୍ରକାଶ କରିଥିଲେ । ଶେଷରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଆଗାମୀ କାର୍ଯ୍ୟକ୍ରମର ସୂଚନା ଦେବାପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ