ପାରଳା ଶିଶୁମନ୍ଦିର ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ରାଜ୍ୟସ୍ତରୀୟ ପ୍ରତିଯୋଗୀତା ଭୁବନେଶ୍ୱର ମାଲିପଡା ସ୍ଥିତ ଶ୍ରୀ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ଠାରେ ନଭେମ୍ବର ୨୭ଓ୨୮ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ଗଜପତିରୁ ତିନୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲା । ସେଥିରୁ ପାରଳାଖେମୁଣ୍ଡି ସହରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦୁଇ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ସୁଧାକର ପଣ୍ଡା ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ଦିଲ୍ଲୀ ଠାରେ ହେବାକୁ ଥିବା ଜାତୀୟସ୍ତର ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବୈଜ୍ଞାନିକ ଓ ପରିବେଶବିତ୍ ଜୟକୃଷ୍ଣ ମହାପାତ୍ର ଯୋଗ ଦେଇ ଓଡିଶାର ୧୬୩ ଜଣଙ୍କ ମଧ୍ୟରୁ ୨୬ଜଣ ଚୟନିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶିଶୁ ମନ୍ଦିର ଛାତ୍ରଙ୍କ ଏହ ସଫଳତାରେ ଜିଲ୍ଲା ଶୈକ୍ଷିକ ସଂଯୋଜକ ବିନୋଦ ଚନ୍ଦ୍ର ଜେନା ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଜାତୀୟସ୍ତରରେ ମଧ୍ୟ ସଫଳତା କାମନା କରିଛନ୍ତି । ଏହି ପ୍ରକଳ୍ପ ପ୍ରସ୍ତୁତିରେ ସହଯୋଗ କରିଥିଲେ ଅନୁଷ୍ଠାନର ବିଜ୍ଞାନ ଶିକ୍ଷକ ଦେବୀ ପ୍ରସାଦ ପଟ୍ଟନାୟକ ଓ ଶ୍ରଦ୍ଧାମୟୀ ପାଢୀ । ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ ସଦସ୍ୟ ଓ ଗୁରଜୀ ଗୁରୁମା ଶୁଭେତ୍ସା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ