ଗାଈକୁ ବଞ୍ଚାଇବାକୁ ଯାଇ ଛେଳି ପଲ ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ୭ ଛେଳି ମୃତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ଗୋଟିଏ ମାଲ୍ ବୋଝେଇ ଟ୍ରକ୍ ନଂ. ଓଡି-୧୮- ଡି-୮୧୯୯ ଏକ ଗାଇକୁ ବଞ୍ଚାଇବାକୁ ଯାଇ ଛେଳିପଲ ଉପରେ ଚଢ଼ିଗଲା। ଫଳରେ ଘଟଣାସ୍ଥଳରେ ୭ଟି ଛେଳିର ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କଦଳୀ ବଗିଚା ଠାରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ଦୁର୍ଘଟଣା ପରେ ଟ୍ରକଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟରେ ବାଡ଼େଇ ହୋଇ ଓଲଟି ପଡିଛି। ଘଟଣା ସ୍ଥଳରେ କୋଟଗଡ ବିଦ୍ୟୁତ୍ କର୍ମଚାରୀ ପହଞ୍ଚି ଡ୍ରାଇଭରଙ୍କୁ ବିଦ୍ୟୁତ୍ ଆଘାତରୁ ବଞ୍ଚାଇ ଥିଲେ। ତୁମୁଡ଼ି ବନ୍ଧ ପୋଲିସ ପହଞ୍ଚି ତଦନ୍ତ ଚଲାଇଥିବା କହିଛନ୍ତି ଥାନା ଅଧିକାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ