ଅଖିଳ ଭାରତ କୃଷକ ଭାରତ ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଆଜି ୭ଦଫା ଦାବୀ ନେଇ ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି, ଖରିଫ୍ ଧାନ, ପନିପରିବା ଓ ରବି ଆଦି ସମସ୍ତ ଫସଲକ୍ଷତିର ସଠିକ୍ ଆକଳନ କରାଯାଉ । ଚଳିତ ଡିସେମ୍ବର ଶେଷସୁଦ୍ଧା ଆକଳନ ଚୁଡ଼ାନ୍ତ କରାଯାଉ । ବୁଢ଼ାନ୍ତ ଆକଳନ ତାଲିକା ଗ୍ରାମପଞ୍ଚାୟତ ଓ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେଉ । ଅଭିଯୋଗ ଉପସ୍ଥାପନ ନିମନ୍ତେ ଚାଷିଙ୍କୁ ସୁଯୋଗ ଦିଆଯାଇ ।କ୍ଷତିପୁରଣ ପ୍ରଦାନ ନିମନ୍ତେ ବର୍ତମାନ ଥିବା ପରିମାଣକୁ ଯୁଗୋପଯୋଗୀ କରାଯାଉ ଏବଂ ଏଥି ନିମନ୍ତେ ଆପଣଙ୍କ ସରକାର ତୁରନ୍ତ ନୀତିଗତ ନିଷ୍ପତି ଗ୍ରହଣ କରନ୍ତୁ । ୨୦୨୫ ଜାନୁୟାରୀ ୧୫ ତାରିଖ ମଧ୍ୟରେ ସମସ୍ତ କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୁରଣ ରାଶି ପ୍ରଦାନ କରାଯାଉ । କ୍ଷତିପୁରଣ ସହ ଖରିଫ୍ ଧାନ ପାଇଁ, ସରକାରଙ୍କ ଦ୍ବାରା ଘୋଷିତ ‘ଇନ୍ପୁଟ ସବସିତ’ କ୍ଷତଗ୍ରସ୍ତ ଚାଷିଙ୍କୁ ପ୍ରଦାନ କରାଯାଉ ।ବୀମା ଭୁକ୍ତ ଚାଷିମାନଙ୍କୁ ବୀମା ରାଶି ପାଇବା ନିମନ୍ତେ, ସରକାର ହସ୍ତକ୍ଷେପ କରନ୍ତୁ । ଚାଷିଙ୍କୁ ଏ କ୍ଷେତ୍ରରେ ସହାୟତା ନିମନ୍ତେ ପ୍ରତ୍ୟେକ ବ୍ଲକରେ “ଚାଷି ସହାୟତା କେନ୍ଦ୍ର” ଖୋଲାଯାଉ ।. ଜିଲ୍ଲା ରେ ତୁରନ୍ତ ମଣ୍ଡି ଖୋଲାଯାଉ । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷି ଏବଂ ଭାଗଚାଷି ମାନଙ୍କୁ ‘ଚୋକେନ୍” ଯୋଗାଇଦିଆଯାଇ । ଟୋକେନ୍ ର ଅବଧୂ ଅଭିବୃଦ୍ଧି କରାଯାଉ । “କଟନୀ ଛଟଳୀ “ ବନ୍ଦକରାଯାଉ, ଚଳିତ ବର୍ଷ ମଣ୍ଡିରେ ବିକ୍ରୟ ନିମନ୍ତେ ଧାନର ମାନଦଣ୍ଡ ରେ କୋହଳ କରାଯାଇ । ଚାଷୀ /ଭାଗଚାଷି ବିକ୍ରୟ କରିବାକୁ ଚାହୁଁଥିବା ସମସ୍ତ ଧାନ ଏବଂ ସମସ୍ତ ମାନଦଣ୍ଡର ଧାନ କ୍ରୟ କରିବା ନିମନ୍ତେ, ସରକାର ନୀତିଗତ ନିଷ୍ପତି ଗ୍ରହଣ କରନ୍ତୁ ।ଚଳନ୍ତି ପରିସ୍ଥିତିରେ ଧାନର ମାନଦଣ୍ଡ, ଧାନକୟ ଏବଂ ଫସଲକ୍ଷତିର କ୍ଷତିପୂରଣୀ ରାଶି ନେଲ-ସରକାର ନେଇଥିବା ନିଷ୍ପତ୍ତି, ଚାଷିମାନଙ୍କ ଅବଗତ ନିମନ୍ତେ ଖବରକାଗଜରେ ବିଜ୍ଞପ୍ତି ମାଧ୍ୟମରେ ଜଣାଇଦିଆଯାଇ । ଚାଷି ମାନଙ୍କର ଋଣ ଏବଂ ବିଦ୍ୟୁତଦେୟ ଛାଡ଼ କରାଯାଉ । କ୍ଷତିଗ୍ରସ୍ତ ଚାଷିଙ୍କୁ ରବି ବିହନ, ସାର, କୀଟନାଶକ ବିନାମୂଲ୍ୟରେ ଯୋଗାଇ ଦିଆଯାଉ । ଚାଷିର ଫସଲ ଏବଂ ଶସ୍ୟକୁ ମାଲିକବିହୀନ ଗୋରୁ ଏବଂ ବନ୍ୟଯନ୍ତୁଙ୍କ ଦାଉରୁ ରକ୍ଷାକରିବା ପାଇଁ, ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରିଛନ୍ତି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ର ସଭାପତି ଶ୍ରୀହର୍ଷ ରଥ, ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ଡି. ଆଦିନାରାୟଣ ରେଡ୍ଡୀ, ତୋଫାନ ନାହାକ, ସୁକାନ୍ତ ଆଚାରୀ ଙ୍କ ବହୁ ଚାଷୀମାନେ ଉପସ୍ଥିତ ଥିଲେ