ଅଟୋ ଓଲଟି ଜଣେ ମୃତ୍ୟୁ

ମୁନିଗୁଡା,(ୱାଏନଏସ) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପିସ୍କାପଙ୍ଗା ଗ୍ରାମପଞ୍ଚାୟତ ଅଧିନ ଶୁଣ୍ଢିହିରବା ଗ୍ରାମର ବୁଦୁ ନିମାଲ୍ ଙ୍କ ୧୫ ବର୍ଷିଆ ଝିଅ ତୁଳସୀ ନିମାଲ ଅନ୍ୟ ଝିମାନଙ୍କ ସହ ନିଜ ଗ୍ରାମରୁ କୁମୁଡ଼ାବାଲି ଶିବ ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିଲେ। ମୁନିଗୁଡ଼ା ଡନବସ୍କ ସ୍କୁଲପାଖ ପୁର୍ତ୍ତ ବିଭାଗ ରାସ୍ତା ଉପରେ ଭାରସାମ୍ୟ ହରାଇ ଅଟୋ ଅଲୋଟି ପଡ଼ିଥିଲା lଘଟଣାସ୍ଥଳରେ ତୁଳସୀ ନୀମାଲ୍ ଅଟୋ ତଳେ ଚାପିହୋଇ ଯାଇଥିବାରୁ , ଅଟୋ ତଳୁ ବାହାର କରି ସେମାନଙ୍କୁ ମୁନିଗୁଡ଼ା ଗୋଷ୍ଟି ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟ ତିନିଜଣ ଗୁରୁତର ଥିବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତିର କରାଯାଇଛି । ମୁନିଗୁଡ଼ା ଥାନାଅଧିକାରିଣୀ ଖବର ପାଇ ଘଟଣା ସ୍ଥଳରୁ ଓଡି ୧୮.୨୫୧୮ନମ୍ବର ଅଟୋକୁ ଜବତ କରିବା ସହ ଅଟ ଚାଳକକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ପରେ ପୋଲିସ୍ ପୋଷ୍ଟମଟମ କରି ପରିବାରକୁ ଶବ ହସ୍ତାନ୍ତର କରିଛନ୍ତି। ମୂତ୍ୟୁ ଖବର ପାଇ ପରିବାର ଓ ଗ୍ରାମବାସୀ ଦୁଃଖରେ ମର୍ମାହତ ହୋଇଥିବା ଜଣା ପଡୁଛି ।ଦେଖା ଯାଉ ମୃତକ ପରିବାରକୁ କି ପ୍ରକାର ନ୍ୟାୟ ମିଳିବ ତାହା ଦେଖିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ