ଅଟୋ-ବାଇକ ମୁହାଁ ମୁହିଁ ଜଣେ ମୃତ 5 ଗୁରୁତର

ନବରଙ୍ଗପୁର,(ୱାଇଏନଏସ): ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ମୂଷାମୁଣ୍ଡିଗୁଡା ଛକରେ ଆଜି ଅପରାହ୍ନରେ ଅଟୋ ଏବଂ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ନବରଙ୍ଗପୁର ଥାନା ସିନ୍ଧିଗୁଡା ପଂଚାୟତ ଅନ୍ତର୍ଗତ କୁମଝୋର ଗ୍ରାମର ଭଗବାନ ଧାକଡ଼(୩୨)ବୋଲି ପୁଲିସ ସୂଚନା ଦେଇଛି। ବାଇକ୍‌ର ପଛରେ ବସିଥିବା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମର ବାସୁଦେବ ଗୌଡ଼(୨୮) ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେନ୍ତୁଳିଖୁଣ୍ଟି ଏଏସଆଇ ଭରତ ମାଝୀ ଘଟଣାସ୍ଥଳରେ ପହଞ୍ଚି ଅଟୋ ଏବଂ ବାଇକ୍‌କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ