ଅଣସଂକ୍ରମିତ ରୋଗ ନିଦାନ ଓ ଚିକିତ୍ସା ଶିବିର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ମଙ୍ଗଳବାର ଅଣ ସଂକ୍ରମିତ ରୋଗ ନିଦାନ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ପୌରାଞ୍ଚଳ ୱାର୍ଡ଼ ୨ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରରେରେ ଆୟୋଜିତ ଶିବିରକୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କ ନେତୃତ୍ବରେ ଶିବିରରେ ଉଚ୍ଚ ରକ୍ତଚାପ,ମଧୁମେହ ରୋଗ ନିଦାନ ସକାଶେ ୧୨୪ ଜଣ ମହିଳା ଓ ପୁରୁଷଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇ ଔଷଧ ବିତରଣ କରା ଯାଇଥିଲା। ଶିବିରରେ ହିସାବ ରକ୍ଷକ ସତ୍ୟ ପଟ୍ଟନାୟକ, କନିଷ୍ଠ ହସ୍ପିଟାଲ ପରିଚାଳିକା ମହେଶ୍ଵତା ପାତ୍ର, ଫାର୍ମାସିଷ୍ଟ ସାଗର ସାହୁ, ନର୍ସିଂ ଅଧିକାରୀ ନର୍ମଦା ଦେବୀ ସମେତ ପୌର କର୍ମଚାରୀ,ଆଶା ଦିଦି ଓ ରୋଗୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ