ଅଣ୍ଡର-୨୩, ଟି-୨୦ ଟ୍ରଫି ପାଇଁ ଓଡ଼ିଶା ମହିଳା ଦଳରେ ସ୍ଥାନ ପାଇଲେ ଜୟପୁର ଝିଅ ପ୍ରିୟଙ୍କା ବର୍ମା
କୋରାପୁଟ,(ହେମନ୍ତ ପାଣଗ୍ରାହୀ)ଓଡ଼ିଶା ବିସିସିଆଇ ଡୋମେଷ୍ଟିକ୍ ସିଜନ୍ ୨୦୨୪-୨୫ ପାଇଁ ଅଣ୍ଡର ୨୩ ଦଳ ର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଜୟପୁର ଲିଙ୍ଗରାଜ ନଗର ବାସିନ୍ଦା ମୁକେଶ ବର୍ମା ଙ୍କ ସିପୁତ୍ରି ପ୍ରିୟଙ୍କା ବର୍ମା ସ୍ଥାନ ପାଇଛନ୍ତି। ସେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ଡିଗ୍ରୀ ପଢା ସାରିଛନ୍ତି। କ୍ରିକେଟ୍ ଜଗତରେ ଜଣେ ଉଦୀୟମାନ ମହିଳା କ୍ରିକେଟ ର ଭାବେ ପ୍ରିୟଙ୍କା ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଅଣ୍ଡର ୨୩ ବର୍ଷୀୟ ଟି-୨୦ ଟ୍ରଫି ପାଇଁ ଓଡ଼ିଶା ମହିଳା ଦଳରେ ଜୟପୁର ଝିଅ ପ୍ରିୟଙ୍କା ସ୍ଥାନ ପାଇ ଜିଲ୍ଲା ପାଇଁ ବହୁତ ଗୌରବ ଆଣିଛନ୍ତି। ଗୋଆ ଠାରେ ଆସନ୍ତା ୪ ତାରିଖରେ ହେବାକୁ ଥିବା ଅଣ୍ଡର-୨୩, ଟି-୨୦ ଟ୍ରଫି ପାଇଁ ଓଡ଼ିଶା ୧୫ ଜଣିଆ ଦଳ ମଧ୍ୟରେ ଆଲିପ୍ସା ବିଶ୍ବାଳ (କ୍ୟାପ୍ଟେନ୍),ପୁଜା ରାନୀ ଦାସ, ଅଙ୍କିତା ଗିରି,ସୁଚିସ୍ମିତା ପଣ୍ଡା,କୁସୁମ୍ ତିରିଆ,ଦିବ୍ୟା ରାଉତରାୟ (କିପର),ତନବି ରଞ୍ଜନା(କିପର), କାଲାନସୀ ଧ୍ରୀତ୍ୟା,ନମ୍ରତା ରଘୁବାନ୍ସି,ପ୍ରୀୟଙ୍କା ବର୍ମା,ସୋନାଲି ହେମ୍ବ୍ରମ,ଯୋତି କେ ପ୍ରଶାଦ,ଲକ୍ଷ୍ମୀ ସିଂ,ଜି ଏମ୍ ଆଳକାନନ୍ଦା,ତନ୍ମୟୀ ବେହେରା,ଶୁଭ୍ରା ଏନ୍ ସ୍ଵାଇଁ,ସ୍ଥାନ ପାଇଛନ୍ତି।