ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବେତନଟୀ,(ଉଦିତ କୁମାର ପରିଡା) : ବେତନଟୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରମାକାନ୍ତ ମହାନ୍ତ ଗତ ଜାନୁଆରୀ ୩୧ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ସଠିଲୋ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦାୟକାଳୀନ ସଭା ଆୟୋଜିତ ହୋଇଥିଲା । ଏଥିରେ ସଂଘର ରାଜ୍ୟ ଉପସଭାପତି ସୁନୀଲ ବୋଡ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଜଗନ୍ନାଥ ପୂଜନ, ଦିବଙ୍ଗତ ଆତ୍ମା ନିମନ୍ତେ ଶୋକ ପ୍ରସ୍ତାବ ପରେ ବିଦାୟ ସଂଗୀତ, ନୃତ୍ୟରେ ସଭା ମଣ୍ଡପ ପୁରି ଉଠିଥିଲା। ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ବିଇଓ ବିପ୍ଲବ କର ଜଣେ ଉତ୍ତମ ସହଯୋଗୀଙ୍କୁ ହରାଇଲି ବୋଲି ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଏବିଇ ଓ ଅପର୍ଣ୍ଣା ସାହୁ, ଅବସରପାପ୍ତ ଏବିଇଓ ରତ୍ନାକର ବେହେରା, ରାଜ୍ୟ ଓ ଜାତୀୟ ପୁରସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ସଠିଲୋ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରହରି ମହାନ୍ତ, ବ୍ଳକର ନବଗଠିତ ମିଳିତ ଶିକ୍ଷକ ସଂଘର ସଂପାଦକ ଭବେଶ ପାଣିଗ୍ରାହୀ, ପୂର୍ବତନ ବିଆରସିସି ହରିଶ ଚନ୍ଦ୍ର ନନ୍ଦଗୋସ୍ବାମୀ, କୋଷାଧ୍ଯକ୍ଷ ଶୈଳେନ୍ଦ୍ର ପଣ୍ଡା ପ୍ରମୁଖ ବିଦାୟୀ ଏବିଇଓ ଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷୟିତ୍ରୀ କାନନ ବାଳା କର ଓ ଅବସରପ୍ରାପ୍ତ ଏବିଇଓଙ୍କ ସମ୍ବନ୍ଧରେ ବିଭିନ୍ନ ଶିକ୍ଷକ ସଙ୍ଗଠନର କର୍ମକର୍ତ୍ତା ତଥା ଶିକ୍ଷକଗଣ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଲଳିତ କୁମାର କଟୁଆଳ, କୃପାସିନ୍ଧୁ ମହାନ୍ତ , ହରେନ୍ଦ୍ର ଭୂୟାଁ, ରଶ୍ମିତା ଭୂୟାଁ, ସ୍ୱାଗତିକା ନାୟକ, ସଜୟ କୁମାର ରାଉତ, ବସନ୍ତ ସେନାପତି ପ୍ରମୁଖ ସହଯୋଗ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ମହାନ୍ତ ସମସ୍ତଙ୍କର ଭଲପାଇବାକୁ ପାଥେୟ କରି ଯାହା କିଛି କାର୍ଯ୍ୟକରାଯାଇଛି ବୋଲି ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ଶେଷରେ ତାଙ୍କୁ ମାନପତ୍ର ଓ ଉପଢୈକନପ୍ରଦାନ କରାଯାଇଥିଲା। ଶେଷରେ ଶିକ୍ଷକ ଗିରିଜା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।