ଅଦିନିଆ ବର୍ଷା ଦାଉ ସାଜିଲା, ଚିନ୍ତାରେ ଚାଷୀକୂଳ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ବର୍ତ୍ତମାନର ଅଦିନିଆ ବର୍ଷା ଧାନ ଫସଲ ଉପରେ ଦାଉ ସାଜିଛି. ଏହାଦ୍ଵାରା ପ୍ରାୟ ୧ ଶହ କୋଟିର ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀକୂଳ ଉଦବେଗ ପ୍ରକାଶ କରି ଚିନ୍ତାରେ ମୁଣ୍ଡରେ ହାତମାରି ଆଗାମୀ ଦିନରେ କିପରି ପରିବାର ପରିପୋଷଣ କରିବୁ ବୋଲି ରହିଛନ୍ତି. ଗଜପତି ଜିଲ୍ଲା ଚାଷୀ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ଜଣାଇଛନ୍ତି. ସେ କହିଛନ୍ତିଯେ ଗଜପତି ଜିଲ୍ଲାର କାଶୀନଗର, ଗୁମ୍ମା, ପାରଳାଖେମୁଣ୍ଡି ସହର ଅଞ୍ଚଳ, ଗୋଷଣୀ ଓ ରାୟଗଡ଼ ବ୍ଲକରେ ଚଳିତ ବର୍ଷ ଅକ୍ଟବର ସୁଦ୍ଧା ଆବଶକ୍ୟ ବର୍ଷା ନ ହେବାରୁ ଧାନ ଫସଲକୁ ରକ୍ଷା କରିବା ପାଇଁ ଚାଷୀକୂଳ ନିଜସ୍ୱ ଅର୍ଥ ଓ ଉଦ୍ୟମରେ ଧାନ କ୍ଷତକୁ ପାଣିର ବ୍ୟବସ୍ଥା କରି ବହୁ କଷ୍ଟରେ ଧାନ ଫସଲ କରିଥିଲେ. ଉପରୋକ୍ତ ଅଞ୍ଚଳ ଗୁଡିକରେ ଚଳିତ ବର୍ଷ ପ୍ରାୟ ୩୦ ହଜାର ହେକ୍ଟର ଜମିରେ ଧାନ ଫସଲ କରାଯାଇଥିଲା. ହେଲେ ବର୍ତ୍ତମାନର ଅଦିନିଆ ବର୍ଷା ପୂର୍ବରୁ ଗତ କିଛିଦିନ ତଳେ ଚାଷୀମାନେ ପ୍ରାୟ ୧୫ ହଜାର ହେକ୍ଟର ଜମିରୁ ଧାନ ଫସଲ କାଟି କ୍ଷେତରେ ଛାଡିଥିଲେ. ହଟାତ ଏହି ବର୍ଷା ହେବା ଯୋଗୁଁ କଟା ଯାଇଥିବା ଧାନ ଫସଲ ଭିଜି ବେରଙ୍ଗି ହେବା ଚାଷୀକୂଳ ଆଶଙ୍କା ପ୍ରକାଶ କରିଛନ୍ତି. ଏହି ବେରଙ୍ଗି ଧାନ ଫସଲକୁ ମଣ୍ଡି, ମିଲର ଗ୍ରହଣ କରିବେ ନାହିଁ. ଅନ୍ୟପକ୍ଷରେ ଏହି ଧାନକୁ ବାହାରେ ବିକ୍ରି କଲେ ମଧ୍ୟ କେହି କ୍ରୟ କରିବେ ନାହିଁ. ବର୍ତ୍ତମାନର ଏହି ଅଦିନିଆ ବର୍ଷାରେ ପ୍ରାୟ ୧ ଶହ କୋଟି ଟଙ୍କାର ଧାନ ଫସଲ ନଷ୍ଟ ହେବା ଆଶଙ୍କା ବୃଦ୍ଧି ପାଇଛି. ଅତି ତୁରନ୍ତ ସରକାର ଓ ପ୍ରଶାସନ ଏନେଇ ତୁରନ୍ତ ଆକଳନ କରି ଚାଷୀଙ୍କୁ କ୍ଷୟକ୍ଷତିରୁ ରକ୍ଷା କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ମଧ୍ୟ ଜିଲ୍ଲା ଚାଷୀ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ନିବେଦନ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ