ଅଧା ପନ୍ତରିଆ ଅବସ୍ଥାରେ ଗୁହାଳ ଘର ଗୁହାରି କଲେବି ଶୁଣୁନାହାନ୍ତି ବାବୁ ମାନେ
ଜଗନ୍ନାଥ ପ୍ରସାଦ (ସନ୍ତୋଷ କୁମାର ଜେନା):ଓଡିଶା ହେଉଛି କୃଷି ପ୍ରାଧାନ୍ୟ ରାଜ୍ୟ । ଓଡ଼ିଶାର ନବେଭାଗ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ସେପଟେ ଜୟ କିଷାନ ନାରା ଦେଉଛନ୍ତି ସରକାର । କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏଠି ଫଳ ଶୁନୁ । ସରକାରଙ୍କର ଏହି ଯୋଜନାରୁ କିଏ ଫାଇଦା ଉଠଉଛି ତ ଆଉ କିଏ ବ୍ଲକ ଅଫିସି ଦଉଡି ଦଉଡି ଛିଡି ଯାଉଛି ଚପଲ। ଏପରି ଅଭିଯୋଗ ଆଣିଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରାଉତି ପଞ୍ଚାୟତ କୁଶାପଲିଗ୍ରାମର ସୁନୀଲ ରାଉତ । ସୁନିଲିକୁ ତିନିବର୍ଷ ତଳେ ମିଳିଥିଲା ସରକାରଙ୍କ ତରଫରୁ ଆଦର୍ଶ ଗାଇଗୁହାଳ । ଏହି ଗାଈ ଗୁହାଳ ତିନିବର୍ଷ ହେବ ଅଧା ପନ୍ତରିୟା ଅବସ୍ଥାରେ ପଡିରହିଛି । ସୁନୀଲ ଯେତେ ଗୁହାରି କଲେବି ଶୁଣୁନାହାନ୍ତି ବାବୁ ମାନେ।ଏନେଇ ବିଡିଓ଼ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି। କିନ୍ତୁ ବିଡିଓ଼ କ୍ୟାମେରା ସମୁଖକୁ ଆସିବାକୁ ମନା କରିଦେଇଛନ୍ତି। ହେଲେ ଦେଖିବାକୁ ବାକି ରହିଲା ସୁନୀଲ କୁ ମିଳିଥିବା ଏହି ଅଧାପନ୍ତରିଆ ଗୁହାଳ ଘର କେବେ ପୁର୍ଣ ହେବ ଓ ଗାଈ ଗୁଡିକର ଅବସ୍ଥା ସୁରକ୍ଷିତ ହେବ l