ଅଧ୍ୟାପକଙ୍କୁ ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବୁରିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ପାଟପୁର ଥାନା ସିଙ୍ଗପୁର ଗ୍ରାମର କାଳୁ ଚରଣ ସାହୁ ଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡା ରେ ଆକ୍ରମଣ କରି  ତାଙ୍କ ମୋବାଇଲ ଫୋନ,ମନିପର୍ଶ ଲୁଟି ନେଇଥିବା ଜଣାପଡିଛି।ମଙ୍ଗଳବାର ଅପରାହ୍ନ ପ୍ରାୟ ୧ ଟାରେ କ୍ଲାସ ସାରି ଅଧ୍ୟାପକ ଜଣକ ତାଙ୍କ ବାଇକ ରେ ଯାଉଥିବା ବେଳେ କଇଠଖଣ୍ଡିି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମ – କଣ୍ଡା ଗାଁ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଖଣ୍ଡା ରେ ମୁଣ୍ଡ ଓ ଡାହାଣ ହାତ କୁ ହାଣିବା ସହ ଲୁଟ ପାଟ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି।ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିବା ଜଣାପଡିଛି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ