ଅନାବନା ଜଙ୍ଗଲରେ ପୂର୍ଣ୍ଣ ରାମେଶ୍ୱର ବଣ ଭୋଜି ସ୍ଥଳ

ନିମାପଡା,(ସନ୍ତୋଷ ଦାଶ):ଆରମ୍ଭ ହୋଇଯାଇଛି ଶୀତ ଋତୁ। ଏହି ସମୟ ରେ ପ୍ରକୃତି ପ୍ରେମୀ ଙ୍କୁ ଆକୃଷ୍ଟ କରୁଛି ପ୍ରାଚୀ ନଦୀ କୂଳ ସ୍ଥିତ ରାମେଶ୍ୱର ଜଙ୍ଗଲ ର ଭୋଜି ସ୍ଥଳ। ଗତ କିଛିବର୍ଷ ମଧ୍ୟରେ ପ୍ରାକୃତିକ ସୋନ୍ଦର୍ଯ୍ୟ ଉପଭୋଗ ସାଙ୍ଗକୁ ପ୍ରଭୁ ରାମେଶ୍ୱର ଶମ୍ଭୁ ଙ୍କୁ ଦର୍ଶନ କରିବାକୁ ଏଠାରେ ଛୁଟିଦିନ ମାନଙ୍କ ରେ ଲୋକମାନଙ୍କର ଭିଡ଼ ଜମୁଛି। ସେହି ସ୍ଥାନ ରେ ଅସ୍ତରଙ୍ଗ ବନ ବିଭାଗ ପକ୍ଷରୁ ଲୋକମାନଙ୍କ ସୁବିଧା ପାଇଁ ଭୋଜି ମଣ୍ଡପ ଓ ଆବର୍ଜନା କୁଣ୍ଡ, ବସିବା ପାଇଁ ସିମେଣ୍ଟ ଚୌକି ସବୁ ନିର୍ମାଣ କରାଯାଇଛି। ଏଠାକୁ ଆସି ଲୋକମାନେ ପୁଣ୍ୟତୋୟା ପ୍ରାଚୀ ନଦୀ ରେ ସ୍ନାନ କରି ରାମେଶ୍ୱର ଶମ୍ଭୁ ଙ୍କୁ ଦର୍ଶନ କରିଥାନ୍ତି। ରାମେଶ୍ୱର ଜଙ୍ଗଲ ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହିତ ଭୋଜି ସ୍ଥଳ ରେ ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି। ତେବେ ଏଠାରେ ନିର୍ମିତ ଭୋଜି ମଣ୍ଡପ, ଶୌଚାଳୟ ,ବସିବା ସିମେଣ୍ଟ ଚୌକି ସବୁ ଅନାବନା ଜଙ୍ଗଲ ରେ ପୂର୍ଣ୍ଣ ହୋଇପଡ଼ିଛି। ଏଣୁ ଏଠାକୁ ବଣ ଭୋଜି କରିବାକୁ ଆସୁଥିବା ଲୋକ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ନୟାହାଟ – କାକଟପୁର ମୁଖ୍ୟ ରାସ୍ତା ରେ ଏହି ପୀଠ ସମ୍ପର୍କ ରେ ସୂଚନା ଫଳକ ଟିଏ ଲଗାଇଲେ ଲୋକ ମାନେ ଭୋଜି ସ୍ଥଳ ସଂପର୍କ ରେ ଅବଗତ ହୋଇପାରନ୍ତେ। ଶୀତ ଋତୁ ଆସିଲେ ଲୋକ ମାନେ ଏଠାକୁ ବଣ ଭୋଜି କରିବାକୁ ଛୁଟି ଆସୁଛନ୍ତି ।ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏଠାରେ ଥିବା ଟଭା ଗୋଲାରାଗଡ ସଂରକ୍ଷିତ ଜଙ୍ଗଲରେ ଯଦି କିଛି ହରିଣ ଛଡ଼ା ଯାଇପାରନ୍ତା ତେବେ ଏହା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଭାବେ ପ୍ରସିଦ୍ଧି ଲାଭ କରି ପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଅଞ୍ଚଳ ର ମନୋଜ ମିଶ୍ର ଓ ଅନ୍ନଦା ଶଙ୍କର ସାହୁ। ଏହି ସଂରକ୍ଷିତ ଜଙ୍ଗଲ ରେ ହରିଣ ମାନଙ୍କ ବିଚରଣ ପାଇଁ ଯଥେଷ୍ଟ ସ୍ଥାନ ରହିଥିବା ବେଳେ ପ୍ରଚୁର ଖାଦ୍ୟ ଓ ପାନୀୟ ଜଳ ଉପଲବ୍ଧ ଅଛି। ଏହା କରା ଯାଇ ପାରିଲେ ଲୋପ ପାଇବାକୁ ବସିଥିବା ହରିଣ ବଂଶ ବୃଦ୍ଧି ପାଇବା
ସହିତ ଏଠାକୁ ଆସୁଥିବା ଯାତ୍ରୀ ପର୍ଯ୍ୟଟକ ମାନେ ମଧ୍ୟ ଆନନ୍ଦ ଅନୁଭବ କରି ପାରନ୍ତେ। ଏ ବିଷୟରେ ଜିଲ୍ଲା ବନ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ