ଅନ୍ତର୍ଜାତୀୟ ଆଇସିଏମ୍ଏସ୍ଇଏ ସମ୍ମିଳନୀର ଦ୍ୱିତୀୟ ଦିବସ ଅନୁଷ୍ଠିତ

ପାରଳାଖେମୁଣ୍ଡି,( ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ର.ସିତାପୁରସ୍ଥିତ ସେଞ୍ଚୁରୀୟାନ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ୪ର୍ଥ ଅନ୍ତର୍ଜାତୀୟ ଆଇସିଏମଏସଇଏ ସମ୍ମିଳନୀର ଦ୍ୱିତୀୟ ଦିବସରେ ବିଭିନ୍ନ ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିବସ ଆଲୋଚନାର ପ୍ରଥମଭାଗରେ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଟାନର ମୁଖ୍ୟ ବୈଜ୍ଞାନିକ ଓ.ରବିନାରାୟଣ ସାହୁ କୃଷି କ୍ଷେତ୍ରରେ ଗବେଷଣା ଏବଂ ନୁତନ ଜ୍ଞାନକୌଶଳ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଗବେଷଣାଧର୍ମୀ ଶିକ୍ଷା ଉପରେ ଗୁରୁତ୍ୱ ଦେବା÷÷କୁ ପ୍ରବର୍ତ୍ତାଇଥିଲେ । ଦ୍ୱିତୀୟ ଭାଗରେ ଆଇସିଏଆରଡିଏ, ଜଳଛାୟା ପ୍ରକଳ୍ପ ବୈଜ୍ଞାନିକ ଡଃ. ନିଗମାନନ୍ଦ ସ୍ୱାଇଁ ପାଣିପାଗସହ କୃଷିପ୍ରଣାଳୀ, କୃଷକର ଆୟ ବୃଦ୍ଧି ନିମନ୍ତେ ଯୋଜନା ଏବଂ ବୈଜ୍ଞାନିକ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ତୃତୀୟ ଭାଗରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ପ୍ରଫେସର ଶରତ କୁମାର ସ୍ୱାଇଁ କ୍ଷୁଦ୍ର କଣିକା ତିଆରି ପଦାର୍ଥଉପରେ ସୂଚନା ଦେଇ ତାର ଭବିଷ୍ୟତ ବ୍ୟବହାର ସମ୍ପର୍କରେ ଧାରଣା ଦେଇଥିଲେ । ଚତୁର୍ଥ ଭାଗରେ ଡାସାଲ୍ଟ ସିଷ୍ଟମର ନିର୍ଦ୍ଦେଶକ ସୁନିଲ କୁମାର ଶିଳ୍ପ ୪.୦-ସ୍ମାର୍ଟ ଅନ୍ତନିର୍ମାଣ ସମ୍ପର୍କରେ ନିଜର ଅଭିଜ୍ଞତା ଏବଂ ଗବେଷଣାକୁ ସମସ୍ତଙ୍କ ଉଦ୍ଦ୍ୟେଶରେ ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେଶର ଡି. ଏନ. ରାଓ ସମ୍ବର୍ଦ୍ଧିତ କରିଥିଲେ । ପରିଚାଳନା ସମ୍ପାଦକ ପ୍ରଫେସର ଅଶୋକ ମିଶ୍ର ସମ୍ମିଳନୀକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ