ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ତରଫରୁ ଜିଲ୍ଲା ସ୍ତରୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା
ହାଟଡିହି, (ବିକାଶ ବିଶ୍ୱାଳ):ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ତରଫରୁ ଜିଲ୍ଲା ସ୍ତରୀୟ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ରବିବାର ସାରା ଦେଶ ଓ ବିଦେଶରେ ଏହିି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଚଣ୍ଡିବିରଞ୍ଚପୁର ରେ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ମହାପ୍ରଭୁଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ, ପୁଷ୍ପ ମାଲ୍ୟ କରାଯାଇ ଗୀତାର ପଞ୍ଚଦଶ ଅଧ୍ୟାୟ ପାଠ କରାଯାଇଥିଲା। ଜଗନ୍ନାଥ ମହାପ୍ରଭୁ ଯାହା ଖାଉଛନ୍ତି, ପିନ୍ଧୁଛନ୍ତି, ଶ୍ରୀକ୍ଷେତ୍ର ପରିକ୍ରମା, ଶ୍ରୀମନ୍ଦିର ପରିକ୍ରମା, ମଠ, ପ୍ରସାଦ, ଭୋଗ, ମହାପ୍ରସାଦ, ଦୈନିକ ନୀତି, ପୁଷ୍ପ ଅଳଙ୍କାର, ବସ୍ତ୍ର ଅଳଙ୍କାର, ଶ୍ରୀମନ୍ଦିରରେ ବେଦ ପାଠ, ଯାନିଯାତ୍ରା ଓ ପର୍ବପର୍ବାଣୀ, ଅନବସର,ରଥ ନିର୍ମାଣ, ବେଶ ରହସ୍ୟ, ସେବା ଓ ସେବକ, ଭକ୍ତ ଚରିତ, ମନ୍ଦିର ସ୍ଥାପତ୍ୟ କଳା, ଏହିଭଳି ମହାପ୍ରଭୁଙ୍କର ଲୀଳା ବିଷୟରେ ଆଧାର କରି ୩୦ ଟି ପ୍ରଶ୍ନ ଆସିଥିଲା। ଆଜିକା ଦିନରେ ଯୁବ ଗୋଷ୍ଠୀ କିପରି ଜଗନ୍ନାଥଙ୍କ ସଂସ୍କୃତି ପ୍ରତି ଆଗେଇବେ ଓ ଜାଣିବେ ସେଥିପାଇଁ ଚାରଣ ଗୋଷ୍ଠୀର ଏହି ପ୍ରୟାସ ଯାରିରହିଛି।ଚାରଣ ଜିଲ୍ଳା ପରୀକ୍ଷା ନିୟନ୍ତ୍ରକ ତପନ କୁମାର ନାୟକଙ୍କ ସୂଚନା ଅନୁଯାୟୀ ହାଟଡିହି ବ୍ଲକ ଓ ଘଷିପୁରା ବ୍ଲକରୁ ଜିଲ୍ଲା ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିବା ୨୮ ଜଣ ଛାତ୍ର ଛାତ୍ରୀ ଏହି ପରୀକ୍ଷାରେ ଭାଗନେଇଥିଲେ । ଏହି ପରୀକ୍ଷା ପରିଚାଳନାରେ ଜିଲ୍ଲା ପରୀକ୍ଷା ନିୟନ୍ତ୍ରକ ମାଧବାନନ୍ଦ ଜେନା ପିଲାମାନଙ୍କୁ ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚ୍ୟ କରିଥିଲେ। ସେଣ୍ଟ ଜାଭିୟର୍ସ ହାଇସ୍କୁଲର ମୁଖ୍ୟ ପରିଚାଳକ ଉଦୟ ନାଥ କର ପିଲା ମାନଙ୍କୁ ଆମ ସଂସ୍ମୃତି କିଭଳି ବଞ୍ଚି ପାରିବ ସେ ଉପରେ ଦିଗଦର୍ଶନ ଦେଇଥିଲେ। ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟୀତ୍ରି ତଥା କେନ୍ଦୁଝର ଜିଲ୍ଲାର ଚାରଣ ଗୋଷ୍ଠୀ ର ସମସ୍ତ ମାଆ ଓ ଭାଇ ମାନେ, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହୋଯୋଗ ରେ ପରିକ୍ଷା ପରିଚାଳନା ସଫଳ ହୋଇପାରିଛି ବୋଲି ଜିଲ୍ଲା ପରୀକ୍ଷା ନିୟନ୍ତ୍ରକ ତପନ କୁମାର ନାୟକ ସୂଚନା ଦେଇଛନ୍ତି। ସର୍ବାଧିକ ମୂଲ୍ୟାୟନ ରଖିଥିବା ୪ଜଣ ପିଲାଙ୍କୁ ରାଜ୍ୟ ସ୍ତରୀୟ ପରୀକ୍ଷାରେ ଭାଗ ନେବା ପାଇଁ ଚ଼ୟନ କରାଯାଇଛି।