ଅନ୍ତର୍ଦ୍ବୟ କାର୍ଡରେ ଚାଉଳ ନ ନେଇ ଟଙ୍କା ନେଉଛନ୍ତି କିଛି ହିତାଧିକାରୀ

ରାଜନଗର,(ୱାଏନଏସ): କେନ୍ଦ୍ର ଓ ରାଜ୍ୟ ସରକାର ସମାଜରେ କେହି ଭୋକରେ ନ ରହିବା ପାଇଁ ଗରିବ ଭୂମିହିନ ଅକର୍ମଣ୍ୟ ଲୋକକୁ ଅନ୍ତର୍ଦ୍ବୟ ଯୋଜନାରେ ୩୫ କେଜି ମାଗଣାରେ ଚାଉଳ ଯୋଗାଇ ଦେଇ ଆସୁଛନ୍ତି।ହେଲେ ଏଥିରେ କିଛି ଦଳିଅକର୍ମୀ ଓ ଡିଲର ଦଲାଲ ସାଜି ଅଯୋଗ୍ୟ ଧନୀକ ପରିବାରରେ ଏକାଧିକ ଅନ୍ତର୍ଦ୍ବୟ କାର୍ଡ କରାଯାଇଛି ସେଥିରୁ ଅଧିକାଂଶ ଚାଉଳ ନ ନେଇ ଟଙ୍କା ନେଉଛନ୍ତି।ଏତଦ୍ ଵ୍ୟତୀତ ଗରିବ ଜମିହିନ, ଗାଡି, କୋଠାଘର, ଠିକାଦାର, ପରିବାରରେ ଚାକିରୀ କରିନଥିବେ ଏପରି ପରିବାର଼ ସଦସ୍ୟଙ୍କୁ ରେସନକାର୍ଡ ପାଇଁ ଯୋଗ୍ୟ ଵିଵେଚିତ ହୋଈ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଇ ଦିଆଯାଉଛି।ହେଲେ ସରକାରଙ୍କର ଏହି ଵ୍ୟଵସ୍ଥାକୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଵିଗତ ବିଜେଡି ଶାସନରେ ବିପରିତ ଦେଖା ଦେଇଛି।ଯାହାକି ଧନୀକ ଶ୍ରେଣୀର ଏକାନ୍ନବର୍ତ୍ତି ପରିବାରରେ ଏକାଧୀକ ରେସନ କାର୍ଡ ଓ ଅନ୍ତର୍ଦ୍ବୟ ଯୋଜନା ହାତେଈ ଚାଉଳର ଆବଶ୍ୟକତା ନଥିବାରୁ ଚାଉଳ ଦାମ କି୩୫ଟଙ୍କା ଥିବାବେଳେ ଡିଲର ଠାରୁ ୨୦ ଟଙ୍କା ହିସାବରେ ଟଙ୍କା ଆଣୁଛନ୍ତି।ହେଲେ ଶତକଡା ୪୦ ଭାଗ ଲୋକ ଚାଉଳ ନେଉଥିବା ଵେଳେ୬୦ ଭାଗ ଲୋକ ଟଙ୍କା ନେଇଥାନ୍ତି।ଅଭିଯୋଗ ଅନୁଯାୟୀ ହାତିନା,ଡେରା,ଗୁପ୍ତି,ସାତଭାୟା, ମହୁଲିଆ,ବ୍ରାହ୍ମଣସାହି ,କେରଡାଗଡ,ରଙ୍ଗଣୀ,ପଟ୍ଟାପାରିଆ ଆଦି ପଞ୍ଚାୟତର ବଡବଡ ଧନୀ ଲୋକ ବମ୍ବେ,କେରଳ,ହରିଆନା,ତାମିଲନାଡୁ,ଦିଲ୍ଲୀ ଆଦିରେ ଠିକା କାର୍ଯ୍ୟ କରୁଥିବାରୁ ସେମାନଙ୍କ ଚାଉଳ ହାତେଇବାକୁ କେଇଜଣ ଡିଲର ମେସିନ ନେଇ ଟିପ ଓ ଆଖି ସ୍କାନ ପାଇଁ ରାଜନଗର ଅଞ୍ଚଳର ପ୍ରବାସୀଙ୍କ ନିକଟରେ ୪ଦିନ ହେଵ ପହଁଞ୍ଚି ଥିବା ସୂଚନା ମିଳିଛି।ଡିଲର ସେଥିପାଇଁ ମେସିନ୍ ବାହାରକୁ ନେଇଥିବାରୁ ଗୁପ୍ତି ପଞ୍ଚାୟତ ଵଙ୍ଗାଳି ପଡାରେ ଚାଉଳ ଦେଵା ବନ୍ଦ କରିଥିବା ଅଭିଯୋଗ ହେଉଛି।ପ୍ରବାସୀ ହିତାଧିକାରୀଙ୍କ ଠାରୁ ବାଟ ଖର୍ଚ୍ଚ ବାବଦକୁ ମୁଣ୍ଡ ପିଛା ୫୦୦ଟଙ୍କା ଲେଖା ଆଦାୟ କରୁଥିବା ଶୁଣିବାକୁ ମିଳୁଛି।ଏନେଇ କିଛି ତଥ୍ୟ ଯୋଗାଣ ଅଧୀକାରିଣୀ ଅଳକା ମଲ୍ଲିକଙ୍କୁ ମାଗିବାରୁ ଦୁର୍ନୀତି ଲୋକଲୋଚନକୁ ଆସିଯିବା ଭୟରେ ରୋକ ଠକ୍ ସୂଚନା ଦେଵାକୁ ମନାକରିଥିଲେ।ଯୋଗାଣ ଅଧିକାରିଣୀଙ୍କ ଜଣାତରେ ଏଜେଣ୍ଟ ଓ,ଡିଲରଙ୍କ ସହ ଭାଗିତାରେ ସାମିଲି ହୋଇ ରେସନକାର୍ଡ ମୁତାବକ ବ୍ଲକକୁ ଆସୁଥିବା ଚାଉଳର ଶତକଡା ୪୦ ଭାଗ ଚାଉଳକୁ ପ୍ରାୟ ରାତି ସମୟରେ ସବୁ ଡିଲରଙ୍କ ପାଖରେ କିଛି କିଛି ଅନଲୋଡ କରାଯାଇ ଥାଏ।ବଳକା ୬୦ ଭାଗ ଚାଉଳ ଏଜେଣ୍ଟ ତା ଦାୟିତ୍ବରେ କୌଣସି ଏକ ଗୋଦାମରେ ରଖାଯାଇଥାଏ।ଏହି ଚାଉଳ ବାବଦକୁ ଅଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ଡିଲର ମାନେ କିଲୋପିଛା ୨୦ଟ୍ଟଙ୍କା ହିସାବରେ କାହାକୁ ନଗଦ ତ କାହାକୁ ଫୋନପେରେ ପଠାଯାଉଥିବା ଅଭିଯୋଗ ହୋଇଛି।ଏଣେ ଡିଲର ୩୫ଟଙ୍କା କିଲେ ଚାଉଳକୁ ୨୦ଟଙ୍କା ହିତାଧିକାରୀଙ୍କୁ ଦେଇ ୧୫ଟଙ୍କା ଡିଲର ରଖୁଥିବା ଵେଳେ ଟ୍ରକ ଭଡା,ଅଖା ଏଵଂ କୁଲି ବାବଦକୂ ସଵୁ ଅର୍ଥ ଏଜେଣ୍ଟକୁ ଲୁଟିବାକୁ ସୁଯୋଗ ଦିଆଯାଉଛି,ଏସଵୁ ଵାଵଦକୁ ଯୋଗାଣ ଅଧିକାରିଣୀଙ୍କର ସମ୍ପୃକ୍ତି ଥିବାରୁ ସୂଚନା ମାଗିଲେ ସୂଚନା ଦେଵାକୁ ଅରାଜି ହେଉଛନ୍ତି।ବ୍ଲକର ନାକତଳେ ସଦର ଡିଲରଙ୍କ ଦୋକାନରେ ଚାଉଳ ଵଦଳରେ ଟଙ୍କା ନେଵାକୁ ସନ୍ଧ୍ୟା ସକାଳେ ଭିଡ ଲାଗି ଥିବା ବେଳେ ପ୍ରକୃତ ହିତାଧୀକାରୀଙ୍କ ସଂଖ୍ୟା କେତେ ? କେଉଁମାନେ ନିଜ ଆଞ୍ଚଳ ଡିଲର ଛାଡି ଅନ୍ୟ ଡିଲର ପାଖରେ ନାଁ ରହିବା କାରଣ କଣ ?ସେହି ହିତାଧିକାରୀ ଜୀଵିତ ନା ମୃତ ନା ଫେରାର କେଵେ ତଦନ୍ତରେ ଯୋଗାଣ ଅଧିକାରିଣୀ ଆସିଛନ୍ତି କି ?ଅପର ପକ୍ଷରେ ଯୋଗ୍ୟ କିଏ ଅଯୋଗ୍ୟ କିଏ ତାହା ଜାଣିବା ପାଇଁ ଚେଷ୍ଟା କରିଛନ୍ତିକି?ତେଣୁ ୪୦ ଭାଗ ଯୋଗ୍ୟ ଥିବାବେଳେ୬୦ ଭାଗ ଅଯୋଗ୍ୟ ହିତାଧିକାରିଙ୍କୁ ଯୋଗାଣ ଅଧିକାରୀଙ୍କ ସହମତିରେ କେତେକ ଡିଲର ଅଯୋଗ୍ୟଙ୍କ କାର୍ଡ କରି ଚାଉଳ ହାତେଵା ଯୋଜନା କରିଛନ୍ତି।ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ଜାଣିବା ଏଵଂ ଯୋଗାଣ ଵିଭାଗରେ ସ୍ବଛତା ଆଣିବା ଦିଗରେ ଡିଲରଙ୍କ ଗୋଦାମ ଘରେ ଏଵଂ ଦୋକାନ ଘରେ ସିସି କ୍ୟାମେରା ଲଗାଗଲେ ପ୍ରକୃତରେ ଡିଲରଙ୍କ ଗୋଦାମରେ ଏଜେଣ୍ଟ କେତେ ଚାଉଳ ଅନଲୋଡ କରୁଛି ଏବଂ ଦୋକାନ ଘରୁ ହିତାଧିକାରୀ ଚାଉଳ ନେଉଛନ୍ତି କି ଟଙ୍କା ନେଉଛନ୍ତି ତାହା କ୍ୟାମେରାରେ ଜଣାପଡିବା ସହ ଟିପ ଏଵଂ ଆଈ ସ୍କାନ ଉପସ୍ଥିତିରେ ହୋଇ ପାରିବ।ଏଥିରେ ଯିଏ ବ୍ୟତିକ୍ରମ କରେ ସିଏ ଅଯୋଗ୍ୟ ହିତାଧିକାରୀ ଵୋଲି ବିବେଚିତ ହେବା ଉଚ୍ଚିତ ଵୋଲି ଵୁଦ୍ଧିଜୀଵୀ ମାନେ ମତ ରଖିଛନ୍ତି।ଏଥିପ୍ରତି ଗୁରୁତ୍ଵ ଦେଇ ରାଜନଗର ଯୋଗାଣ ବିଭାଗର ଏହି ଦୁର୍ନୀତିର ସୁଧାର ଆଣି ପ୍ରକୃତ ହିତାଧିକାରି ଚୟନ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ସରକାରଙ୍କ ନିକଟରେ ସାଧାରଣରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ