ଅପହୃତ ନାବାଳିକା ଉଦ୍ଧାର ଅଭିଯୁକ୍ତ ଜେଲ ଗଲେ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା।ଏନେଇ ନାବାଳିକାଙ୍କ ମାମୁ ଗତ ୧୫ ତାରିଖରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ତଦନ୍ତକାରୀ ଅଧିକାରୀ ଏସଆଇ ସୋଫିଆ ମିଶ୍ର ଅପହୃତା ନାବାଳିକା ଙ୍କୁ ମଙ୍ଗଳବାର ଶେରଗଡ଼ ବସଷ୍ଟାଣ୍ଡ ରୁ ଉଦ୍ଧାର କରିଥିବା ବେଳେ ପାଟପୁର ଥାନା ସାହାସପୁର ଗ୍ରାମର ଅଭିଯୁକ୍ତ ଚନ୍ଦନ ସ୍ବାଇଁ ଙ୍କୁ ଗିରଫ କରିଥିଲେ।ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯାଇଥିଲା। ବୁଧବାର ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ପୋକ୍ସ କୋର୍ଟ କୁ ଚାଲାଣ କରାଯାଇଥିଲା।ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁ ର ନାବାଳିକା ଜଣକ ଅଭିଯୁକ୍ତ ଙ୍କୁ ଭଲ ପାଉଥିଲେ। ଗତ ପ୍ରାୟ ୧୦ ଦିନ ପୂର୍ବେ ନାବାଳିକା ଜଣକ ଦିଗପହଣ୍ଡି ବ୍ଲକ ଅଧିନ ତାଙ୍କ ଜେଜେ ମା ଙ୍କ ଘର ଗାଁ କୁ ବୁଲି ଆସିଥିଲେ। ଗତ ୧୪ ତାରିଖ ରେ ଅଭିଯୁକ୍ତ ଚନ୍ଦନ ଉକ୍ତ ଗାଁ ରେ ପହଞ୍ଚି ନାବାଳିକା ଙ୍କୁ ଫୋନ କରି ଡାକିଥିଲେ।ସେ ଆସିବାରୁ ତାଙ୍କୁ ବିବାହ ର ପ୍ରତିଶୃତି ଦେଇ କନ୍ଧମାଳ ଜିଲା ବାଲିଗୁଡା ଗ୍ରାମ କୁ ନେଇ ଏକ ଭଙ୍ଗା ସ୍କୁଲ ଘରେ ରଖି ମନା କରିବା ସତ୍ତ୍ୱେ ତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ନେଇ ଶେରଗଡ଼ ଆସୁଥିବା ବେଳେ ତଦନ୍ତକାରୀ ଅଧିକାରୀ ମୋବାଇଲ ଟ୍ରାକିଂ କରି ପ୍ରଥମେ ନାବାଳିକା ଙ୍କୁ ଉଦ୍ଧାର କରିଥିଲେ।ପରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।