ଅପହୃତ ଶିକ୍ଷକ ଙ୍କୁ ଉଦ୍ଧାର କରିବା ସହିତ ୪ ଅପହରକାରୀ ଙ୍କୁ ଗିରଫ କଲା କରଞ୍ଜିଆ ପୋଲିସ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଯଶିପୁର ବ୍ଲକ ଏକତାଳି ପଞ୍ଚାୟତ ର ଧୁଡୁକୁ ପ୍ରାଥମିକ ସ୍କୁଲ ରେ ଶିକ୍ଷକତା କରୁଥିବା ଶିକ୍ଷକ ରବିନ୍ଦ୍ରନାଥ ସିଂଙ୍କୁ ଙ୍କୁ ଅପହରଣ ଘଟଣା ରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ୱ ରେ କରଞ୍ଜିଆ ପୋଲିସ କୁ ବଡ଼ ସଫଳତା ମିଳିଛି ଆଜି ଘଟଣା ଘଟିବାର ୭୨ ଘଣ୍ଟା ମଧ୍ୟରେ ଅପହୃତ ଶିକ୍ଷକ ଙ୍କୁ ଉଦ୍ଧାର ଓ ୪ ଅଭିଯୁକ୍ତ ଙ୍କୁ ଗିରଫ କରଞ୍ଜିଆ ପୋଲିସ ର ବଡ଼ ସଫଳତା ଭାବେ ବିବେଚନା କରାଯାଉଛି କରଞ୍ଜିଆ ପୋଲିସ ଅପହୃତ ଶିକ୍ଷକ ରବିନ୍ଦ୍ରନାଥ ସିଂଙ୍କୁ ଙ୍କୁ ଅନୁଗୁଳ ଜିଲ୍ଲା ତାଳଚେର ରାଧାରମଣ ଜଙ୍ଗଲ ରୁ ଠାବ କରି ଉଦ୍ଧାର କରିବା ସହିତ ଜଙ୍ଗଲ ରୁ ୪ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅପହରଣ ପରେ ଅପହୃତ ଶିକ୍ଷକ ଙ୍କ ସହଧର୍ମିଣୀ ବାସନ୍ତୀ ସିଙ୍କୁ ଥାନାରେ ଦେଇଥିବା ଏତଲା ରେ ତାଳଚେର ଅଞ୍ଚଳ ର ଶିକ୍ଷକ ସୌଭାଗ୍ୟ ଦାସ ଓ ତାଙ୍କ ସହଯୋଗୀ ତାଙ୍କ ସ୍ୱାମୀ ଙ୍କୁ ଅପହରଣ କରିଥିବା ଅଭିଯୋଗ ଆଧାର ରେ ତଦନ୍ତ ଆରମ୍ଭ କରିଥିଲା ପ୍ରଥମେ ୧୦ ତାରିଖ ପୋଲିସ ର ଏକ ଟିମ କେନ୍ଦୁଝର ଅଞ୍ଚଳ ରେ ମାମଲାର ତଦନ୍ତ କରିଥିଲା କେନ୍ଦୁଝର ଖିରେଇଟାଙ୍ଗିରି ଟୋଲଗେଟସିସି ଟିଭି ରେକର୍ଡ ଓ ଟୋଲ ର ପେମେଣ୍ଟ ର ତଥ୍ୟ ଆଧାର ରେ ତଦନ୍ତ କୁ ଆଗକୁ ନେଇ ୧୧ ତାରିଖ ଦିନ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଙ୍କ ନେତୃତ୍ୱ ରେ ଦୁଇଟି ଟିମ ଅନୁଗୁଳ ଜିଲ୍ଲା ତାଳଚେର ଆଞ୍ଚଳ ରେ ଚଢ଼ାଉ କରିଥିଲା ଅଭିଯୁକ୍ତ ଅପହୃତ ଙ୍କ ସ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ଟଙ୍କା ମାଗିବା ପରେ ଅଭିଯୁକ୍ତ ଙ୍କ ଲୋକେସନ ଠାବ କରାଯାଇ ଜଙ୍ଗଲ ମଧ୍ୟରେ ଅତର୍କିତ ଚଢ଼ାଉ କରାଯାଇ ସେଠାରୁ ମୁଖ୍ୟ ଅଭିଯୁକ୍ତ ସୌଭାଗ୍ୟ ଦାସ, ପି:ବସନ୍ତ କୁମାର ଦାସ, କିଶୋରୀପାଳ ଥାନା ତାଳଚେର, ଅନୁଗୁଳ, ବ୍ରହ୍ମାନନ୍ଦ ନାଏକ, ବଳରାମପ୍ରସାଦ, ଅମାତପୁର, ନାଲକୋ ଥାନା, ଅନୁଗୁଳ
ପ୍ରଭାତ କୁମାର ମହାନ୍ତି, ବଡଦାଣ୍ଡ ସାହି, ଅନୁଗୁଳ, ତାଳଚେର ଥାନା ଓ ଜଣେ ନାବାଳକ କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଅଭିଯୁକ୍ତ ସେଠାରୁ ଖସିଯିବାକୁ ସକ୍ଷମ ହୋଇଥିଲେ  ଅଭିଯୁକ୍ତ ଙ୍କ ନିକଟରୁ ଅପହରଣ ରେ ବ୍ୟବହୃତ ଓଡି ୧୯ୟାଇ ୨୭୯୦ ନମ୍ୱରମାରୁତିସୁଜୁକି କାର କୁ ଜବତ କରିଥିବା ସୂଚନା ମିଳିଛି ମୁଖ୍ୟଅଭିଯୁକ୍ତ ଜୁଆ ରେ ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହାରି ନିରାଶ ହେବା ପରେ ଗତ ବର୍ଷ କେନ୍ଦୁଝର ସାଗର ହୋଟେଲ ରେ ଉଭୟ ଅପହରଣ ର ଶିକାର ଶିକ୍ଷକ ଓ ଅଭିଯୁକ୍ତ ଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା ଶିକ୍ଷକ ଜଣଙ୍କ ସହିତ ଅନଲାଇନ ଟ୍ରେଡିଙ୍ଗ ବ୍ୟବସାୟ ରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ସେ ଜାଣିବାକୁ ପାଇ ମୋଟା ଅଙ୍କର ଅର୍ଥ ପାଇବା ଉଦେଶ୍ୟରେ ଏହି ଶିକ୍ଷକ ଙ୍କୁ ଅପହରଣ କରାଯାଇଥିଲା ଓ ଅପହରଣ ପରେ ଅପହରଣକାରୀ ଙ୍କ ପକ୍ଷରୁ ଶିକ୍ଷକ ଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଦାବୀ କରାଯାଇଥିଲା ଘଟଣା ରେ ଅଧିକ ତଦନ୍ତ ଜାରୀ ରହିଛି ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନା ରେ ରଖାଯିବ ବୋଲି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାଆରକ୍ଷୀ ଅଧିକ୍ଷକ ଯଦୁମଣି ଜେନା ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି  ଅପହରଣ ର ଶିକାର ହୋଇଥିବା ଶିକ୍ଷକ ରବିନ୍ଦ୍ରନାଥ ସିଂଙ୍କୁ ନିଜ ପ୍ରତିକ୍ରିୟା ରେ ମୁଖ୍ୟଅଭିଯୁକ୍ତ ସୌଭାଗ୍ୟ ଦାସ ତାଙ୍କୁ ପୂର୍ବରୁ ମଧ୍ୟ ଅପହରଣ କରିବାକୁ ଉଦ୍ୟମ କରିଥିଲେ ପୂର୍ବରୁ ଅର୍ଥ ଆଦାୟ ଲକ୍ଷରେ ଠାକୁରମୁଣ୍ଡା ଅଞ୍ଚଳ ର ଜୈନେକ ମହିଳା ଙ୍କୁ ଅପହରଣ ପରେ ତାଙ୍କ ମାଧ୍ୟମ ରେ ତାଙ୍କୁ ଅପହରଣ କରିବାକୁ ଧମକ ଦେଇଥିବା ପ୍ରକାଶ କରିଥିଲେ ବୋଲି ପ୍ରକାଶ କରିଛନ୍ତି ପୂର୍ବରୁ ଅପହରଣ ନିମନ୍ତେ ଧମକ ମିଳିଥିଲେ ମଧ୍ୟ ଶିକ୍ଷକ ଜଣଙ୍କ ପୋଲିସ ର ସହାୟତା କିମ୍ୱା ପୋଲିସ କୁ ସୂଚନା ନଦେବା ଘଟଣା କୁ ରହସ୍ୟା ବୃତ୍ତ କରିରଖିଛି ପୋଲିସ ର ତଦନ୍ତ ପରେ ଘଟଣା ରପ୍ରକୃତ କାରଣ ଜଣାପଡିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ