ଅବକାରୀ ଏ ଏସ ଆଇ ମାଡ ରେ କନେଷ୍ଟବଳ ଘାଇଲା
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର):ଭବାନୀପାଟଣା ସଦର ଥାନା କନର୍ଲା ଗାଁରେ ଅବକାରୀ ଚଢ଼ଉରୁ ଆରମ୍ଭ ହୋଇଥିବା ବିବାଦ ଏଯାଏଁ ଥମିନି। ତେବେ ରବିବାର ଅବକାରୀ ବିଭାଗର ଏଏସଆଇଙ୍କ ମାଡ଼ରେ ଗୁରୁତର ଆହତ ହୋଇ ଜଣେ କନଷ୍ଟେବଲ ପୁଲିସର ଦ୍ବାରସ୍ଥ ହୋଇଛନ୍ତି I ଘଟଣାଟି ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି | ପୁଲିସ ଅଭିଯୋଗ ଗ୍ରହଣ କରିଛି; କିନ୍ତୁ ପ୍ରଥମେ ତଦନ୍ତ ଓ ପରେ ମାମଲା ରୁଜୁ ହେବ ବୋଲି କହିଛି | ଏହାକୁ ନେଇ ସଦର ଥାନା ସାମ୍ନାରେ ଦୀର୍ଘ ସମୟ ଯାଏଁ ହୋହଲ୍ଲା ହୋଇଛି। ଅଭିଯୋଗ ଅନୁସାରେ ଅବକାରୀ ଅଧିକ୍ଷକ ରଞ୍ଜନ ନାଏକଙ୍କ ନିର୍ଦ୍ଦେଶକ୍ରମେ ରବିବାର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ସଦର ବ୍ଲକ ଡାଲଗୁମାରେ ଏକତ୍ରିତହୋଇଥିଲେ | ସେଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଦନ ପୁର ରାମପୁର ବ୍ଲକ ଅଞ୍ଚଳରେ ନିଯୁକ୍ତ ଏଏସଆଇ ଦେବାଶିଷ ସିରଦାର କନଷ୍ଟେବଲ ଡୁଲେଶ୍ଵର ପ୍ରଧାନଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅବକାରୀ ଅଧିକ୍ଷକ ଙ୍କ ଉପସ୍ଥିତିରେ ସବୁ ଘଟିଛି। ତେବେ ଏହି ମାଡ଼ ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଡୁଲେଶ୍ଵରଙ୍କ ସପକ୍ଷରେ ଅନ୍ୟ କନଷ୍ଟେବଲମାନେ ବାହାରିଛନ୍ତି | ମାଡ଼ ମାରିଥିବା ଏଏସଆଇଙ୍କ ବିରୋଧରେ ସୋମାନେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I