ଅବ୍ୟବସ୍ତାରେ ଚାଲିଛି ତିଲେଇମାଲ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା

ସମ୍ବଲପୁର, (ଲିପନ ନାଏକ):ଜମନକିରା ବ୍ଲକ ସର୍ଡ଼l ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢ଼ାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କୁହାଯାଏ ଆଜିର ଶିଶୁ କାଲି ର ଭବିଷ୍ୟତ ହେଲେ ଆଜିର ଶିଶୁଙ୍କ ଭବିଷ୍ୟତ କଥା ଯେଭଳି କାହାରିକୁ ଚିନ୍ତା ନାହିଁ। ଶିଶୁଙ୍କ ଭବିଷ୍ୟତ ପାଇଁ ସବୁଠୁ ବେଶ ଗୁରୁତ୍ୱପୂର୍ଣ ହେଉଛି ଶିକ୍ଷା ଯଦି ଶିକ୍ଷା ବ୍ୟବସ୍ଥା ହିଁ ଭୁଷୁଡ଼ି ଗଲେ ଆଜିର ଶିଶୁଙ୍କ ଭବିଷ୍ୟତ କଣ ହେବ ତାହା ସମସ୍ତଙ୍କୁ ଜଣା। ଏଭଳି ଏକ ଶିକ୍ଷା ବ୍ୟବସ୍ଥା ର ଉଦାରଶୀନ ଦୃଶ୍ୟ ତିଲେଇମାଲ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଘଞ୍ଚ ଜଙ୍ଗଲ ପାହାଡ଼ ଘେରା ଏହି ଗ୍ରାମ ବିଦ୍ୟାଳୟରେ ଗୋଟିଏ କୋଠରୀ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀର ୧୭ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ଗୋଟିଏ କୋଠରୀର ଗୋଟିଏ ଭାଗରେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ପାଠ ପଢ଼ୁଛନ୍ତି ତ ଅନ୍ୟ ଭାଗରେ ବିଦ୍ୟାଳୟର ଅଫିସ କାର୍ଯ୍ୟ ଚାଲୁଛି। ସେହିପରି ପ୍ରଥମ ରୁ ତୃତୀୟ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ କୋଠରୀ ବାହାର ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି। ଖାଲି ଏତିକି ନୁହେଁ ବିଦ୍ୟାଳୟ ରେ କେବଳ ଦୁଇ ଜଣ ଶିକ୍ଷକରେ ପାଠ ପଢ଼ା ଚାଲିଛି। ବିଦ୍ୟାଳୟରେ ଭଲ ଶୌଚାଳୟ ମଧ୍ୟ ନାହିଁ ଯାହାଫଳରେ ଛାତ୍ର ଛାତ୍ରୀ ଙ୍କୁ ଖୋଲା ରେ ଶୌଚ ଯିବାକୁ ପଡିଥାଏ। ଅନ୍ୟ ପଟେ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ପାଇଁ ପିଇବାକୁ ସ୍ୱଚ୍ଛ ପାଣି ମଧ୍ୟ ନାହିଁ। ଏଭଳି ଅନେକ ସମସ୍ୟା ଘେରରେ ଚାଲିଛି ଏହି ବିଦ୍ୟାଳୟ। ଏହପରିକି ବିଦ୍ୟାଳୟରେ ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୩ଟାରେ କୌଣସି ଶିକ୍ଷକ ଉପସ୍ଥିତ ନ ଥିଲେ ଓ ଏ ସମ୍ପର୍କ ରେ ସ୍କୁଲରେ ଥିବା ଛାତ୍ର ଛାତ୍ରୀଙ୍କୁ ଶିକ୍ଷକ କୁଆଡ଼େ ଗଲେ ପଚାରିବାରୁ ସାର ଦୂରରୁ ଆଶନ୍ତି ସାର ଚାଲି ଚାଲି ଆସିଥିବାରୁ ଘରକୁ ପଳେଇଲେ ବୋଲି କହିଥିଲେ। ଆଜିର ଏହି ଉନ୍ନତ ଯୁଗରେ ଶିକ୍ଷାର ଏଭଳି ଦୃଶ୍ୟ ସଚେତନ ନାଗରିକଙ୍କୁ ବିଚଳିତ କରିଛି। ଏପରିକି ବିଦ୍ୟାଳୟର ଅବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଅଧିକାରୀ ସବୁ ଜାଣିଛନ୍ତି ଓ ପ୍ରତିବର୍ଷ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ବିକାଶ ଏବଂ ସୁରକ୍ଷା ଯୋଜନାରେ ସରକାରୀ ଅଧିକାରୀ ସହିତ ପ୍ରଶାସନିକ ଅଧିକାରୀଙ୍କୁ ବିଦ୍ୟାଳୟ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଥିବା ସତ୍ୱେ କୌଣସି ପରିଣାମ ମିଳିପାରୁନାହଁ। ଏ ସମ୍ପର୍କ ରେ ଜମନକିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁକ୍ମଣ ପଧାନଙ୍କୁ ପଚାରିବାରୁ ଆମେ ବିଦ୍ୟାଳୟର ଅବସ୍ଥା ସମ୍ପର୍କରେ ଅବଗତ ଅଛୁ ଓ ଉଚ୍ଚ କତୃପକ୍ଷ ଙ୍କୁ ରିପୋର୍ଟ ଦିଆଯାଇଛି ବୋଲି କହିଥିଲେ ଏଣୁକରି ସମ୍ବଲପୁର ଜିଲ୍ଲା ପାଳ ଏଥି ପ୍ରତି ଧ୍ୟାନ ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ