ଅମରେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ
ନିମାପଡ଼ା, (ସନ୍ତୋଷ କୁମାର ଦାଶ): ନିକଟସ୍ଥ ଅମରେଶ୍ଵର ନୋଡାଲ ଉଚ୍ଚ ବିଦ୍ୟାଳୟର ୪୯ ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଶିକ୍ଷୟତ୍ରୀ ସୁନନ୍ଦା ପ୍ରଧାନଙ୍କ ସଭାପତିତ୍ଵ ରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନିମାପକା ବ୍ଳକ ଅଧ୍ୟକ୍ଷ ଶଙ୍କର ଭୋଇ, ମୁଖ୍ୟବକ୍ତା ଭାବେ ଜଗତସିଂହପୁର ସାଂସଦଙ୍କ ନିମାପଡା ବ୍ଳକ ପ୍ରତିନିଧୁ ପୂର୍ଣଚନ୍ଦ୍ର ଓଝା, ସମ୍ମାନୀତ ଅତିଥିଭାବେ ତୁଳସୀପୁର ଗ୍ରାମପଂଚାୟତର ପୁର୍ବତନ ସରପଂଚ ଭଗବାନ ମିଶ୍ର, ସରପଂଚ ମଂଞ୍ଜୁଶ୍ରୀ ଭୋଇ, ସମିତିସଭ୍ୟା ଝରଣା ସାହୁ, ସିଆରସିସି ରବୀନ୍ଦ୍ର କୁମାର ତ୍ରିପାଠୀ, ପରିଚାଳନା କମିଟି ସଭାପତି ବିଜୟ କୁମାର ପାଣି, ବାବା ଅମରେଶ୍ଵର ପୂଜା କମିଟି ସଂପାଦଳ ମନୋରଂଜନ ପାଣି ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନ ର ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସହ ବିଦ୍ୟାଳୟ ରେ ଯୋଗ ଓ କ୍ରୀଡା ର ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ଚିନ୍ମୟୀ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିକ୍ଷକ ରାମଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପ୍ରଭାତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥୁଲା । ଏହି ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପୂର୍ଣ ସହଯୋଗ କରିଥିଲେ । ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ର ସମାଜସେବୀ ଦେବେନ୍ଦ୍ର ଦାଶ, ପ୍ରଫୁଲ୍ଲ କୁମାର କର, ଅରକ୍ଷୀତ ଭୋଇ, ପ୍ରକାଶ ସାହୁ, ପରିଚାଳନା କମିଟିର ସମସ୍ତ ସଦସ୍ୟ, ପୁରାତନ ଓ ବର୍ତମାନ ପଢୁଥିବା ଛାତ୍ର, ଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ ।