ଅସମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଗଞ୍ଜାମ ଏସପିଙ୍କୁ ଭେଟିଲେ ଯୁବ ଗୋଷ୍ଠୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କୋଦଳା ଥାନା ଅଧିନ କଂଟାପଡା ଗ୍ରାମର ଜଣେ ଅସମାଜିକ ବ୍ୟକ୍ତି ଗ୍ରାମରେ ବହୁ ଦିନ ଧରି ଅଶାନ୍ତି ବାତାବରଣ ସମେତ ବିଭିନ୍ନ ଚୋରା ମଦ ଓ ଗଞ୍ଜେଇ ବ୍ୟବସାୟ କରିଆସୁଛି । ତାହା ବିରୁଦ୍ଧରେ ଯିଏ ଆଗକୁ ଆସିବ ତାକୁ ହତ୍ୟା ଧମକ ଦେଉଛି । ଗ୍ରାମବାସୀ ତାକୁ ବହୁବାର ତାଗିଦ କରିଲେ ମଧ୍ୟ କୈାଣସି ସୁଫଳ ନିମିଳିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ବହୁ ଯୁବ ଗୋଷ୍ଠୀ ମାନେ ଗଞ୍ଜାମ ଏସପିଙ୍କୁ ଭେଟି ସେମାନଙ୍କ ଗୁହାରି ଜଣାଇଛନ୍ତି । ଉକ୍ତ ଅସମାଜିକ ବ୍ୟକ୍ତି ଜଣକ କମ ବୟସର ପିଲାମାନଙ୍କୁ ନିଶା ସେବନ ଓ କାରବାରରେ ସଂପୃକ୍ତ କରାଇ ଗ୍ରାମରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଛି । ସ୍କୁଲ,କଲେଜ ଯାଉଥିବା ଝିଅ ମାନଙ୍କୁ ଅଶ୍ଲିଳ ଭାଷା ପ୍ରୟୋଗ କରି କମେଂଟ କରୁଥିବା ଗ୍ରାମର ଯୁବ ଗୋଷ୍ଠୀ ମାନେ ଅଭିଯୋଗ କରିଥିଲେ । କିଛି ଶିକ୍ଷିତ ଯୁବକ ଗ୍ରାମରେ ମଦ ବିରୋଧି ଆନ୍ଦୋଳନ ହେବା ପରେ ଉକ୍ତ ବ୍ୟକ୍ତି ଜଣକ ଖଣ୍ଡା ଓ ପିସ୍ତଲ ଧରି ଗାଁ ଦାଣ୍ଡରେ ବୁଲିବା ସହ ହତ୍ୟା ଧମକ ଦେଉଥିଲା । ଏପରିକି ଜଣେ ଯୁବକକୁ ଖଣ୍ଡା ରେ ଆକ୍ରମଣ ହୋଇଥିଲା । ପରେ ଗ୍ରାମରେ ଶାନ୍ତ ଫେରିବା ନେଇ ଗ୍ରାମବାସୀ ଓ କୋଦଳା ପୁଲିସ ଉପସ୍ଥିତିରେ ଏକ ବୈଠକ ହୋଇ ଉକ୍ତ ବ୍ୟକ୍ତି ଜଣକ ନିଜର ଭୁଲ ସ୍ପୀକାର କରି କ୍ଷମା ମାଗିଥିଲେ । ପରବର୍ତୀ ସମୟରେ ଉକ୍ତ ବ୍ୟକ୍ତି ଜଣକ କିଛି ବ୍ୟକ୍ତି ନାମରେ କେସ ଦେଇଛନ୍ତି । ତେଣୁ ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି ନହୋଇ କିପରି ଶାନ୍ତି ଫେରିବ ସେନେଇ ଗ୍ରାମର ଯୁବକ ମାନେ ଗଞ୍ଜାମ ଏସପି ଙ୍କୁ କହିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।