ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପର ପଂଚମ ରାଉଣ୍ଡରେ ମୋହସିନ ପରମବାନଙ୍କ ପ୍ରଥମ ସ୍ଥାନ ହାସଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହୋଇଯାଇଛି ୨୦୨୪ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପର ଏନଏସଏଫ୨୫୦ଆରର ରେସ-୧ର ପଂଚମ ରାଉଣ୍ଡ । ଏହି ରୋମାଂଚକର ରେସରେ ଅତୁଳନୀୟ ପ୍ରଦର୍ଶନ ଜରିଆରେ ମୋହସିନ ପରମବାନ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଛଅଟି ଲ୍ୟାପ ବିଶିଷ୍ଟ ଏହି ରେସରେ ମୋହସିନ ନିଜର ସ୍ଥିରତା ବଜାୟ ରଖିବା ସହ ଚମତ୍କାର ବିଜୟ ହାସଲ କରିଛନ୍ତି । ଏହି ବିଜୟ ଦ୍ୱାରା ଚମ୍ପିଆନସିପରେ ତାଙ୍କ ସ୍ଥିତି ଆହୁରି ସୁଦୃଢ଼ ହୋଇପାରିଛି । ସେ ୧୧:୨୨.୯୮୯୦ ସମୟ ନେଇ ରେସ ଶେଷ କରିଥିଲେ । ତାଙ୍କ ଶ୍ରେଷ୍ଠ ଲ୍ୟାପ ସମୟ ଥିଲା ୧:୫୧.୯୭୭ ।ତାଙ୍କ ପଛକୁ ରହିଥିଲେ ସିଦ୍ଦେଶ ସାୱନ୍ତ । ଦ୍ୱିତୀୟ ସ୍ଥାନ ହାସଲ କରିବା ଲାଗି ସେ ଶ୍ରେଷ୍ଠ ପ୍ରଦର୍ଶନ ଓ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲେ । ମୋହସିନଙ୍କ ସହ ସେ ଗତି ବଜାୟ ରଖିଥିଲେ ଏବଂ ତାଙ୍କୁ କଡ଼ା ମୁକାବିଲା ପ୍ରଦାନ କରିଥିଲେ । ସେ ୧୧:୨୨.୪୨୫ ସମୟ ନେଇ ରେସ ଶେଷ କରିଥିଲେ । ତାଙ୍କ ଶ୍ରେଷ୍ଠ ଲ୍ୟାପ ସମୟ ଥିଲା ୧:୫୧.୯୮୦ ।ଅନ୍ୟ ପକ୍ଷରେ ସାଭିଅନ ସାବୁ ପୋଡିୟମରେ ତୃତୀୟ ସ୍ଥାନ ହାସଲ କରିଥିଲେ । ଛଅ ଲ୍ୟାପ ବିଶିଷ୍ଟ ଏହି ରେସରେ ସେ ନିଜ ସ୍ଥିତିରେ ପର୍ଯ୍ୟାୟକ୍ରମେ ଉନ୍ନତି ଆଣିଥିଲେ । ଅତି ଚତୁରତାର ସହ ଅନ୍ୟମାନଙ୍କୁ ଅତିକ୍ରମ କରି ସେ ଆଗକୁ ବଢ଼ିଥିଲେ । ସେ ୧୧:୨୨.୫୬୮ ସମୟନେଇ ରେସ୍ ଶେଷ କରିଥିଲେ । ତାଙ୍କ ଶ୍ରେଷ୍ଠ ଲ୍ୟାପ୍ ସମୟ ଥିଲା ୧:୫୧.୬୭୧ । କଡ଼ା ପ୍ରତିଦ୍ୱନ୍ଦ୍ୱିତା ସତ୍ୱେ ସେ ଶାନ୍ତ ରହିଥିଲେ ଓ ପୋଡିୟମରେ ନିଜ ପାଇଁ ସ୍ଥାନ ସୁରକ୍ଷିତ କରିପାରିଥିଲେ ।ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନସିପ ଲାଗି ପରବର୍ତୀ ପିଢ଼ିର ରାଇଡର ବିକାଶ ଓ ସମୃଦ୍ଧ କରିବା ଲାଗି ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ହେଉଛି ଏକ ସମ୍ମାନଜନକ ମଂଚ । ରେସିଂରେ ଉଚ୍ଚ ସ୍ତରକୁ ଯିବା ଲାଗି ଯୁବ ରାଇଡରମାନଙ୍କ ଲାଗି ଏହା ହେଉଛି ମୁଳଦୁଆ । ମୋଟୋ୩ ରେସିଂ ଲାଗି ବିକାଶ କରାଯାଇଥିବା ହୋଣ୍ଡା ଏନଏସଏଫ୨୫୦ଆର ମୋଟରସାଇକଲକୁ ପ୍ରତିଯୋଗୀମାନେ ଏହି ରେସରେ ବ୍ୟବହାର କରୁଛନ୍ତି । ଏହି ଚାମ୍ପିଅନସିପର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରତିଭାବାନ ରାଇଡରଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଫେସନାଲ ତାଲିମ ଦେବା । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଭାରତର ଯୁବ ରାଇଡରମାନଙ୍କ ଲାଗି ପ୍ରଫେସନାଲ ମୋଟରସାଇକଲ ରେସିଂରେ ପ୍ରବେଶ କରିବାର ପଥରେ ପରିଣତ ହୋଇଛି ।୨୦୨୪ ଋତୁରେ ପାଂଚଟି ରାଉଣ୍ଡ ରହିଛି ଯାହାର ପ୍ରଥମ ରାଉଣ୍ଡ ୨୦୨୪ ଜୁନ ୧୪-୧୬ ମଧ୍ୟରେ ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ ହୋଇଥିଲା । ସେହି ସମାନ ସ୍ଥାନରେ ଅକ୍ଟୋବର ୫-୬ରେ ପଂଚମ ରାଉଣ୍ଡ ଅନୁଷ୍ଠିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ