ଆଇସିକ୍ୟୁସିସି ୨୦୨୪ ଆୱାର୍ଡ : ଟିପିସିଓଡିଏଲ୍ ଜିତିଲା ନଅ ସ୍ୱର୍ଣ୍ଣ ପୁରସ୍କାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟାଟା ପୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ସମ୍ମାନଜନକ ଇଣ୍ଟରନେସନାଲ୍ କନଭେନସନ୍ ଅନ୍ କ୍ୱାଲିଟି କଂଟ୍ରୋଲ୍ ସର୍କଲ୍ (ଆଇସିକ୍ୟୁସିସି) ୨୦୨୪ରେ ନଅଟି ‘ସ୍ୱର୍ଣ୍ଣ’ ପୁରସ୍କାର ସହ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି । ଏହି କାର୍ଯ୍ୟକ୍ରମକୁ ୨୦୨୪ ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାର କଲମ୍ବୋଠାରେ ଶ୍ରୀଲଙ୍କା ଆସୋସିଏସନ ଫର ଆଡଭାନ୍ସମେଂଟ ଅଫ କ୍ୱାଲିଟି ଆଣ୍ଡ୍ ପ୍ରଡକ୍ଟିଭିଟି (ଏସ୍‌ଏଲ୍‌ଏଏକ୍ୟୁପି) ଦ୍ୱାରା ଆୟୋଜନ କରାଯାଇଥିଲା ଯେଉଁଥିରେ ଗୁଣାତ୍ମକ ମାନ, ଉତ୍ପାଦକତା ଓ ନବସୃଜନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା ‘ବିୟଣ୍ଡ ବାଉଣ୍ଡ୍ରିଜ: ଏ କ୍ୱେଷ୍ଟ ଫର କ୍ୱାଲିଟି, ପ୍ରଡକ୍ଟିଭିଟି ଆଣ୍ଡ ଇନୋଭେସନ’, ଯେଉଁଥିରେ ୧୪ଟି ଦେଶରୁ ୧୦୮୩ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଟିପିସିଓଡିଏଲ୍‌ର କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ମାନ, ଉତ୍ପାଦକତା ଓ ନବସୃଜନରେ ଉନ୍ନତି ଆଣିବା ଲାଗି ଟିମ୍ ପକ୍ଷରୁ ଉଲ୍ଲେଖନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘ଗୁଣାତ୍ମକ ମାନ ଓ ଦଳଗତ କାର୍ଯ୍ୟରେ ଉତ୍କର୍ଷ ପ୍ରଦର୍ଶନ କରି ଆଇସିକ୍ୟୁସିସିରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିବା ସମସ୍ତ ଟିମକୁ ମୁଁ ଅଭିନନ୍ଦନ ଜଣାଉଛି । ଆମେ ବିଶ୍ୱାସ କରୁଛୁ ଯେ କ୍ୱାଲିଟି ସର୍କଲର ସମ୍ପ୍ରସାରଣ କର୍ମଚାରୀଙ୍କ ସମ୍ପୃକ୍ତିକୁ ସୁଦୃଢ଼ କରିବ ଏବଂ ଆମର ଗ୍ରାହକ କୈନ୍ଦ୍ରୀକ ଲକ୍ଷ୍ୟକୁ ଆଗକୁ ବଢ଼ାଇବ ।’’ଏହି ଉପଲବ୍ଧି ନିରନ୍ତର ଉନ୍ନତି ଓ ନବସୃଜନର ଏକ ସଂସ୍କୃତି ଦ୍ୱାରା ପରିଚାଳିତ ହୋଇ ଗ୍ରାହକମାନଙ୍କୁ ମୂଲ୍ୟଯୁକ୍ତ ସେବା ପ୍ରଦାନ କରିବା ପ୍ରତି ଟିପିସିଓଡିଏଲ୍‌ର ରହିଥିବା ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ