ଆଉ ୧୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ କେନ୍ଦ୍ରରୁ ୧୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୫ ଆକ୍ରାନ୍ତ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬୭୭ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୩୧୪୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୧୫୧୯ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଖୋର୍ଦ୍ଧାରୁ ୮, ଯାଜପୁରରୁ ୮, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧, ପୁରୀରୁ ୭, କଟକରୁ ୨୦, ଜଗତସିଂହପୁରରୁ ୧, ଝାରସୁଗୁଡ଼ାରୁ ୨, ଅନୁଗୁଳରୁ ୧, ବାଲେଶ୍ୱରରୁ ୨୧, ମାଲକାନାଗିରିରୁ ୧, ଗଞ୍ଜାମରୁ ୪୧, ଗଜପତିରୁ ୨୮, ସୁନ୍ଦରଗଡ଼ରୁ ୬, ବଲାଙ୍ଗୀରରୁ ୨, ମୟୂରଭଞ୍ଜରୁ ୩, କୋରାପୁଟରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ପଶ୍ଚିମବଙ୍ଗକୁ ଅମ୍ଫାନ ସହାୟତା ପାଇଁ ଯାଇଥିବା ଏନଡ଼ିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ