ଆକାଉଣ୍ଟାଣ୍ଟ ଓ ଏମଆଇଏସ କୋଡ଼ିନେଟରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ସାରା ରାଜ୍ୟରେ ବିଭିନ୍ନ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଅଳ୍ପ ବେତନରେ କାର୍ଯ୍ୟକରି ଆସୁଥିବା ଆକାଉଣ୍ଟାଣ୍ଟ ଓ ଏମଆଇଏସ ପ୍ଲାନିଂ କୋଡ଼ିନେଟରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ପାଇଁ ସଂଘ ପକ୍ଷରୁ ଡ଼ାକରା ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ କଣାସ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆକାଉଣ୍ଟାଣ୍ଟ ଓ ଏମଆଇଏସ ପ୍ଳାନିଂ କୋଡ଼ିନେଟରଙ୍କ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ କାର୍ଯ ବନ୍ଦ ଆନ୍ଦୋଳନର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଖବର ନେବାରେ ଜଣାପଡିଛି ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ ସମୟ ଧରି କାର୍ଯ୍ୟ କରିଆସୁଥିବା ଆକାଉଣ୍ଟାଣ୍ଟ ଓ ଏମଆଇଏସ ପ୍ଲନିଂ କୋଡ଼ିନେଟରଙ୍କ ଚାକିରୀରେ କୌଣସି ସ୍ଥାୟୀତ୍ବ ନଥିବା,ଅଳ୍ପ ବେତନରେ କର୍ଯ୍ୟକ୍ରିବା ଯାହା ଦ୍ଵାରା ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଲୋୟରପିଏମଜି ଠାରେ ସଂଘ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି ।ଏହା ଦ୍ବାରା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହେବବୋଲି ଜଣାପଡିଛି ।ଦାବୀ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ସଂଘ କହିଛି ।