ଆଖଣ୍ଡଳମଣି ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭାଷା, ସାହିତ୍ୟ, ସଂସ୍କୃତି ପରି କ୍ରୀଡା ମଧ୍ୟ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିଥାଏ ବୋଲି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସ୍ଥିତ ଆଖଣ୍ଡଳମଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ -୨୦୨୫ର ଉଦଘାଟନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତିି।ଅଧ୍ୟକ୍ଷ ନୀହାର ରଞ୍ଜନ କରଙ୍କ ପୌରୋହିତ୍ୟ ତଥା ଅଧ୍ୟାପକ ନିକୁଞ୍ଜ କିଶୋର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଓଡ଼ିଶା ଦୁଃସାହସିକ କ୍ରୀଡା ପରିଷଦର ଉପସଭାପତି ତଥା ସ୍ତମ୍ଭକାର ଇଂ. ଅଭୟ ସୂତାର ମୁଖ୍ୟ ଅତିଥି, ଭଦ୍ରକରୁ ପ୍ରକାଶିତ ସମ୍ବାଦପତ୍ର ‘ସ୍ଵରାଜବାର୍ତ୍ତା’ର ମୁଖ୍ୟ ସମ୍ପାଦକ ରବି ନାରାୟଣ ଖିଲାର ମୁଖ୍ୟ ବକ୍ତା, ବାବାମଣି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା,ବାବାମଣି ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସଭାପତି ତ୍ରିଲୋଚନ ଦାସ, ପୂର୍ବତନ ସରପଞ୍ଚ ତଥା ମୋ ସ୍କୁଲ ଅଭିଯାନର ସଭାପତି ସୁଶାନ୍ତ କୁମାର ନାୟକ,ସମାଜସେବୀ ଅନ୍ତର୍ଯ୍ୟାମୀ ଦାସ, ଗୀତିକାର ଓ ସାମ୍ବାଦିକ ଦୀପ୍ତିରଞ୍ଜନ ନାୟକ, ସମାଜସେବୀ ଓ ସାମ୍ବାଦିକ ସନ୍ତୋଷ କୁମାର ଦାସ, ପୂର୍ବତନ ପରିଚାଳନା ସଭାପତି ବ୍ରଜେନ୍ଦ୍ର କୁମାର ମହାନ୍ତି, ସମାଜସେବୀ ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। କ୍ରୀଡା ଶିକ୍ଷକ ଅନିଲ କୁମାର ରାଉତ , ଅଧ୍ୟାପକ ଲକ୍ଷ୍ମୀଧର ଦାଶ ଓ ପଦ୍ମିନୀ ନାୟକ କ୍ରୀଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପତି ସ୍ଵାଗତ ଭାଷଣ, ଅଧ୍ୟାପିକା ଅଲିଭା ପ୍ରିୟଦର୍ଶିନୀ ଖିଲାର ଅତିଥି ପରିଚୟ ଓ ଅଧ୍ୟାପିକା ଗାୟତ୍ରୀ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ମନମୋହନ ତ୍ରିପାଠୀ ବେଦ ପାଠ କରିଥିଲେ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ