ଆଖୁଫସଲକୁ ଜଳସେଚନର ସୁବିଧା ପାଇଁ ସମନ୍ୱୟ ବୈଠକ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସମବାୟ ଚିନିଶିଳ୍ପକୁ ଆଖୁପେଡା ଋତୁରେ ଆଖୁ ଯୋଗାଉଥିବା ଗଂଜାମ ଜିଲ୍ଲାର ୧୬ଟି ବ୍ଳକ ପରିସରଭୁକ୍ତ ଅଂଚଳର ଆଖୁଚାଷୀଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଓ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର ସକାଶେ ସମବାୟ ଚିନିଶିଳ୍ପ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟାରେ ଚାଲିଥିବା ପ୍ରୟାସକୁ ସମବାୟପ୍ରେମୀ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆଖୁ ଫସଲର ଉତ୍ପାଦନ ବୃଦ୍ଧି ପାଇଁ ଆଖୁକ୍ଷେତକୁ ସୁବ୍ୟବସ୍ଥିତ ଢଙ୍ଗରେ ଜଳସେଚନର ବ୍ୟବସ୍ଥା କରିବା ସକାଶେ ଶୁକ୍ରବାର ସମବାୟ ଚିନିଶିଳ୍ପର ସମ୍ମିଳନୀ କକ୍ଷରେ କୃଷି ଓ ଜଳସେଚନ ଏବଂ ଚିନିଶିଳ୍ପର ଅଧିକାରୀମାନଙ୍କ ଉପସ୍ଥିତିରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ ଚିନିଶିଳ୍ପର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମନ୍ୱୟ ବୈଠକରେ ଚିନିକଳର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଆଖୁଚାଷୀମାନଙ୍କ ସୁବିଧା ଲାଗି ସମବାୟ ଚିନିଶିଳ୍ପ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆଖୁଚାଷ ନିମନ୍ତେ ବିଭିନ୍ନ ଜଳଉତ୍ସ ଯଥା ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କିମ୍ବା ଅଗଭୀର ନଳକୂପ, ଗଭୀର ନଳକୂପ, ଉଠାଜଳସେଚନ ପଏଣ୍ଟ ଇତ୍ୟାଦିରୁ ଆଖୁଫସଲକୁ ଜଳଯୋଗାଣ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୃହତ୍, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଉପରେ ନିର୍ଭର ନକରି ଅନ୍ୟ ଜଳଉତ୍ସ ଯଥା ଗଭୀର ନଳକୂପ, ଅଗଭୀର ନଳକୂପ, ଉଠାଜଳସେଚନ ପଏଣ୍ଟ ଅଞ୍ଚଳରେ ଥିବା ଅଞ୍ଚଳଗୁଡିକରେ ଆଗାମୀ କିଛି ଦିନ ମଧ୍ୟରେ ଆଖୁଚାଷର ସଂପ୍ରସାରଣ କରିବା ନିମନ୍ତେ ଏହି ସମନ୍ୱୟ ବୈଠକରେ ନିଷ୍ପତ୍ତି ହୋଇଥିଲା । ଗଂଜାମ ଜିଲ୍ଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପାନୁଷ୍ଠାନ ରୂପେ ସୁଖ୍ୟାତି ଅର୍ଜନ କରିଆସିଥିବା ଆସିକା ସମବାୟ ଚିନିଶିଳ୍ପ ଗଂଜାମ ଜିଲ୍ଲାର ୨୨ଟି ବ୍ଳକ ମଧ୍ୟରୁ ଆସିକା, ପୁରୁଷୋତ୍ତମପୁର, ଧରାକୋଟ, ଶେରଗଡ, ସାନଖେମୁଣ୍ଟି, ଦିଗପହଣ୍ଡି, ପାତ୍ରପୁର, କବିସୂର୍ଯ୍ୟନଗର, ପୋଲସରା, ବେଗୁନିଆପଡା, ବୁଗୁଡା, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ଭଂଜନଗର, ଖଲିକୋଟ, ହିଞ୍ଜିଳିକାଟୁ ବ୍ଳକ ପରିସରଭୁକ୍ତ ଅଞ୍ଚଳର ୧୯୯୨ ଏକର ଜମିରେ ଆଖୁଚାଷ କରିଥିଲା ବେଳେ ଚଳିତ ବର୍ଷ ନୟାଗଡ ଜିଲ୍ଲାର ଓଡଗାଁ, ରଣପୁର, ନୟାଗଡ, ନୁଆଗାଁ ବ୍ଳକ ପରିସରଭୁକ୍ତ ଅଞ୍ଚଳର ୧୦୭ ଏକର ଜମି ଏବଂ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଓ ଚିଲିକା ବ୍ଳକ ପରିସରଭୁକ୍ତ ଅଂଚଳର ୧୫ ଏକର ଜମିରେ ଆଖୁଚାଷକୁ ସଂପ୍ରସାରିତ କରିଥିବା ଜଣାପଡିଛି । ଆଖୁଚାଷୀମାନଙ୍କ ଅର୍ଥନୈତିକ ମାନଦଣ୍ଡକୁ ସୁôଦୃଢ କରିବା ସାଙ୍ଗକୁ ଆଖୁଚାଷର ବହୁଳ ପ୍ରସାର ଓ ପ୍ରଚାର ସହ ଚାଷୀମାନେ ଯେପରି ଆଖୁଚାଷ କରିବା ପାଇଁ ଆଗ୍ରହ ସୃଷ୍ଟି କରିପାରିବେ ତାହାକୁ ôଦଷ୍ଟିରେ ରଖି ପଂଜିକୃତ ଆଖୁଚାଷୀମାନଙ୍କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ଫସଲଋଣ ପ୍ରଦାନ ସହ ବିଭିନ୍ନ ସୁବିଧା ସୁଯୋଗ ଯୋଗାଉ ଦିଆଯାଉଥିବା ବେଳେ ବୈଜ୍ଞାନିକ ପଦ୍ଧତିରେ ଆଧୁନିକ ଜ୍ଞାନକୈଶଳରେ କମ୍ ଖର୍ଚ୍ଚରେ ଅଧିକ ଆଖୁ ଉତ୍ପାଦନ ପାଇଁ ଚାଷୀଙ୍କୁ କର୍ମଶାଳା ମାଧ୍ୟମରେ ବିଭିନ୍ନ ସମୟରେ ପ୍ରଶିକ୍ଷଣ ମଧ୍ୟ ଦିଆଯୀଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଚିନିଶିଳ୍ପର ଆଖୁବିଭାଗ ପକ୍ଷରୁ ମିଳିତ ଭାବେ କାର୍ଯ୍ୟକାରୀ କରାଯାଇଥିବା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ୍ ଜରିଆରେ ୨୦୨୪-୨୫ ଆଖୁଲଗାଣ ଋତୁ ପାଇଁ ଚାଷୀଙ୍କୁ ୨ କୋଟି ୨୯ ଲକ୍ଷ ଟଙ୍କାର ବିଭିନ୍ନ ପ୍ରୋତ୍ସାହନ ରାଶି ଯୋଗାଇ ଦେବାର ବ୍ୟବସ୍ଥା କରାଯୀଇଥିବା ଜଣାପଡିଛି । ଆଖୁଫସଲକୁ ଜଳସେଚନର ସୁବିଧା ପାଇଁ ସମବାୟ ଚିନିଶିଳ୍ପର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କୃଷି ଓ ଜଳସେଚନ ବିଭାଗର ପଦାଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି ସମନ୍ୱୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମବାୟ ଚିନିଶିଳ୍ପର ସଭାପତି ରବିନ୍ଦ୍ର ପଣ୍ଡା, ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, ଉପଆଖୁ ପରପିଚାଳକ ସିମାଂଚଳ ସାହୁ, ଆଖୁ ଉନ୍ନୟନ ପର୍ଯ୍ୟବେକ୍ଷକ ଧ୍ରୁବଚରଣ ସାହୁ, ଚିରଂଜିବୀ ମହାନ୍ତି, ସୁକାନ୍ତ କୁମାର ପଣ୍ଡା, ଉଠାଜଳସେଚନ ନିଗମର ଅଧୀକ୍ଷଣ ଯନ୍ତ୍ରୀ ଇଂ ଶିବରାମ ପଣ୍ଡା, ଆସିକା ସହକାରୀ କୃଷି ଅଧିକାରୀ ସୁଭ୍ରତା ମିଶ୍ର, ଭଂଜନଗର କୃଷିଜିଲ୍ଲା ଅଧିକାରୀ ବ୍ୟୋମକେଶ ମିଶ୍ର, ଧରାକୋଟ ସହକାରୀ ବ୍ଳକ କୃଷି ଅଧିକାରୀ ଜଗଦିଶ ଚୌଧୁରୀ, ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ପରିଷଦର ଉପସଭାନେତ୍ରୀ ସ୍ନେହଲତା ଚଣ୍ଡ, ପରିଚାଳନା ପରିଷଦର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରଡ, ବସନ୍ତ କୁମାର ଦଳେଇ, ସନ୍ତୋଷ କୁମାର ପ୍ରଧାନ, ସରିତ ପ୍ରଧାନ, ଧର୍ମୁ ପ୍ରଧାନ, ରତ୍ନାକର ସାହୁ, ଉଦୟ ନାଥ ପ୍ରଧାନ, ଛତ୍ରପୁର କୃôଷିଜିଲ୍ଲା ଅଧିକାରୀ କୁଳମଣି ବାରିକ, ବ୍ରହ୍ମପୁରର ବରିଷ୍ଠ କୃଷି ଅଧିକାରୀ ବିଶ୍ୱରଂଜନ ବେହେରା, ଭଂଜନଗର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ସନ୍ତୋଷ କୁମାର ସାମନ୍ତରାୟ, ଜଳବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦୀପ କୁମାର ପଟ୍ଟନାୟକ, କୃଷି ବିଭାଗର ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ଇଂ ଶଙ୍କର୍ଷଣ ମଲିକ, ଓଡିଶା କୃଷି ନିଗମର ଯନ୍ତ୍ରୀ ଗୁପ୍ତପ୍ରସାଦ ନାୟକଙ୍କ ସମେତ କୃଷି ଓ ଜଳସେଚନ ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା ।