ଆଜିର ପ୍ରେମ କାଲିକୁ ଶୁଖୁଆ ହାଟ
ଦିପ୍ତିମୟୀ ନାୟକ
ପ୍ରେମ ଏକ ଭାବନାକୁ ବୁଝାଏ | ସ୍ନେହ ସଂଯୋଗରୁ ପ୍ରେମ ସୃଷ୍ଟି ହୋଇଥାଏ | ଯେଉଁ ପ୍ରେମରେ ସ୍ନେହ ଶ୍ରଦ୍ଧା ନଥାଏ ସେ ପ୍ରେମ ହୁଏତ ପ୍ରକୃତ ପ୍ରେମ ହୋଇନଥାଏ | ତେବେ ପ୍ରେମକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି | ଯେଉଁ ଚର୍ଚ୍ଚା ଗୁଡିକ ମଧ୍ୟରେ ପ୍ରେମରେ ପ୍ରତାରଣା, ପରକୀୟାପ୍ରିତି, ହତ୍ୟା, ଆତ୍ମହତ୍ୟା, ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଭଳି ଅନେକ କିଛି ନିନ୍ଦନୀୟ କଥା ଚର୍ଚ୍ଚା ହେଉଛି | ଯାହା ପ୍ରେମରେ କଳଙ୍କ ଲଗାଉଛି | ବର୍ତ୍ତମାନର ମଣିଷ ବୁଝିବା ଦରକାର ପ୍ରେମରେ ପ୍ରତାରଣା ନଥାଏ ଆଉ ଯେଉଁ ପ୍ରେମରେ ପ୍ରତାରଣା ଥାଏ | ସେ ପ୍ରେମ କେବେ ପ୍ରକୃତ ପ୍ରେମ ହୋଇନଥାଏ |ସେହିଭଳି ପରକୀୟାପ୍ରିତିରେ ଥିବା ପୁରୁଷ ହୁଅନ୍ତୁ କିମ୍ବା ମହିଳା ଏମାନେ କେବେବି ନିଜ ଜୀବନସାଥୀଙ୍କ ସହ ଖୁସି ନଥାନ୍ତି କାରଣ ଏମାନେ ଅନ୍ୟ ପୁରୁଷ କିମ୍ବା ଅନ୍ୟ ମହିଳାଙ୍କ ପ୍ରତି ଆକୃଷ୍ଟ ହୋଇଥାଆନ୍ତି | ଯାହାଫଳରେ ସେମାନଙ୍କୁ ବିଶ୍ୱାସ କରି ଭଲପାଇବା ମଣିଷଟି ସମ୍ପୂର୍ଣ୍ଣ ଭାଙ୍ଗିପଡିଥାଏ | ଆଜିକାଲି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ପରକୀୟାପ୍ରିତିରେ ଲିପ୍ତ ରହି ନିଜ ସୁନାର ସଂସାର ଚୁନା କରିଥାଆନ୍ତି | ଆଉ ବେଳେବେଳେ ନିଜ ପ୍ରେମକୁ ପାଇବାପାଇଁ ବ୍ୟାକୁଳ ଥିବା ଅନେକ ପ୍ରେମିଯୁଗଳ ପାଗଳଙ୍କ ପରି ହୋଇଥାଆନ୍ତି | ଯାହାଫଳରେ ସେମାନେ କେତେବେଳେ ଅନ୍ୟକୁ ହତ୍ୟା କରନ୍ତି ତ ଆଉ କେତେବେଳେ ନିଜେ ଆତ୍ମହତ୍ୟା କରିଦେଇଥାନ୍ତି | କିଏ ପ୍ରେମକୁ ପାଇବାପାଇଁ ନିଜର କଳ ବଳ କୌଶଳ ଲଗେଇ ଦିଏ ତ ପୁଣି କିଏ ଆତ୍ମହତ୍ୟାକୁ ସବୁ ସମସ୍ୟାର ଶେଷ ସମାଧାନ ଭାବିଦେଇଥାଏ | ଆଉ କିଛି ଲୋକ ଏମିତି ମଧ୍ୟ ଥାଆନ୍ତି ଯେଉଁମାନେ ନିଜ ପ୍ରେମକୁ ପାଇଲାପରେ ମଧ୍ୟ ସେମାନଙ୍କ ଜୀବନସାଥୀଙ୍କୁ ଶାରୀରିକ ଓ ମାନସିକ ଅଶାନ୍ତି ମଧ୍ୟକୁ ଠେଲି ଦେଇଥାଆନ୍ତି | ଯେମିତିକି ପ୍ରଥମେ ପ୍ରେମରେ ରିଲେସନ ରଖି ପରେ ଡିପ୍ରେସନକୁ ଛାଡି ଦେଇଥାଆନ୍ତି | ପ୍ରତ୍ୟେକ ମଣିଷ ବୁଝିବା ଦରକାର ହୃଦୟ ରୂପକ ଏକ ପବିତ୍ର ସ୍ଥାନରେ ଜଣକୁ ପ୍ରେମ କରି ହୁଏ କିନ୍ତୁ ତା ବୋଲି ନୁହେଁ ପ୍ରେମରେ କାହାକୁ ମିଛ ପ୍ରତିଶ୍ରୁତି ଦେଇହୁଏ |
ବେଳେବେଳେ ପ୍ରେମକୁ ନେଇ ଅନେକ ଭାବନା ମନକୁ ଆସେ | ରାତି ପାହିଲେ ଟିଭି, ଖବରକାଗଜ ଏବଂ ସୋସିଆଲ ମିଡିଆରେ ଯେତେବେଳେ ନଜର ପଡ଼ିଯାଏ ସେତେବେଳେ ଗୋଟିଏ କଥା କେବଳ ମନକୁ ଆସିଥାଏ ଆଜିର ପ୍ରେମ କାଲିକୁ ଶୁଖୁଆ ହାଟ ଭଳି କାହିଁକି | ପ୍ରେମରେ କେବଳ ପ୍ରେମ ଭରି ରହିଥାଏ | ପ୍ରେମର ଭାବନା ଏକ ପବିତ୍ର ଭାବନା ହୋଇଥାଏ | ସେହି ଭାବନାକୁ କାହିଁକି ଏତେ ଅପବିତ୍ର କରିଦିଆଯାଉଛି ବୋଲି ମନକୁ ଅନେକ ପ୍ରଶ୍ନ ଉଙ୍କି ମରିଥାଏ |
ଯଦିଓ ପ୍ରେମ କାହାପାଇଁ କେମିତି ହୋଇଥାଏ କିନ୍ତୁ କିଛି ପ୍ରେମ ଶୁଖୁଆ ହାଟ ଭଳି ହୋଇଥାଏ | ଶୁଖୁଆ ହାଟରେ ଗ୍ରାହକଙ୍କର ଯେମିତି ଭିଡ ଜମେ ଠିକ ସେମିତି ଏଠି ନିଜ ପ୍ରେମିକ ପ୍ରେମିକା ଥାଇ ଅସଂଖ୍ୟ ପ୍ରେମିକ ପ୍ରେମିକାଙ୍କର ଲମ୍ବା ଲାଇନ ଲାଗିଥାଏ | ଯାହାର ମନର ମଣିଷ ଥାଏ ସେ ଆଉ କାହା ମନର ମଣିଷକୁ ନିଜର କରିବାପାଇଁ ଚାହିଁ ରହିଥାଏ | ଯେତେବେଳେ ସେମାନେ ସେମାନଙ୍କ ମନର ମଣିଷ ପାଖକୁ ଚାଲିଯିବେ ସେତେବେଳେ ଏମାନେ କହିବେ ପ୍ରେମରେ ଧୋକା ମିଳିଲା କିନ୍ତୁ ଯେଉଁ ପ୍ରେମକୁ ଏମାନେ ଧୋକା ଦେଇଥିଲେ ସେହି ପ୍ରେମ କଥା କେବେ ଆଲୋଚନା କରିବେନି | ଯାହାର ପ୍ରେମିକ କିମ୍ବା ପ୍ରେମିକା ଅଛି ତାକୁ ଭଲପାଇଲେ ଧୋକା ନିଶ୍ଚିନ୍ତ ମିଳିବ | ପ୍ରେମ ବଦଳରେ ଘୃଣା ହିଁ ମିଳିବ |
ଆଜିକାଲି ଆପଣମାନେ ଦେଖୁଥିବେ ଆଜିକାଲି କିଛି ଯୁବପିଢ଼ି ମଣିଷକୁ ପ୍ରେମ କରୁନାହାନ୍ତି ଟଙ୍କାକୁ ପ୍ରେମ କରି ଶେଷରେ ବିବାହ ତ କରିଦେଉଛନ୍ତି ହେଲେ ଶାନ୍ତି ପାଉନାହାଁନ୍ତି |ଶାନ୍ତି ମିଳିବ ବା କେମିତି ମଣିଷକୁ ଭଲପାଇଲେ ସିନା ପ୍ରେମ ମିଳିବ ଟଙ୍କାକୁ ଭଲପାଇଲେ କଣ ପ୍ରେମ ମିଳିବ | ଅଧିକାଂଶ ଲୋକ ଟଙ୍କାକୁ ଭଲପାଇ ସମ୍ପର୍କ ସ୍ଥାପନ କରୁଛନ୍ତି ଯାହା ଲୋକେ ଦେଖୁ ଦେଖୁ କହିଦେଉଛନ୍ତି ମଣିଷକୁ ଭଲପାଇଲେ ଭଲପାଇବା ମିଳେ ଟଙ୍କାକୁ ଭଲପାଇଲେ ବେଳେବେଳେ ନିଜ ପ୍ରେମକୁ ପାଇବା ପାଇଁ କାନ୍ଦିବାକୁ ପଡେ | ତେଣୁ ପ୍ରେମ କରନ୍ତୁ ହେଲେ ପ୍ରମକୁ ଶୁଖୁଆ ହାଟ କରି ନଦିଅନ୍ତୁ | ପ୍ରେମରେ ଅଧିକାର ଥାଏ କିନ୍ତୁ ନିଜ ଅଧିକାର ପାଇଁ କେବେ ଲୋକହସା ହେବାକୁ ପଡ଼ିନଥାଏ | ଆଜିକାଲି ପ୍ରେମରେ ପ୍ରଥମେ ଟେଷ୍ଟ ତାପରେ ଆପଣ ଵେଷ୍ଟ ଅର୍ଥାତ ଆଜିକାଲି କିଛି ଯୁବପିଢ଼ି ପ୍ରେମ କଲେ ଶାରୀରିକ ସମ୍ପର୍କ ରଖିଦେଉଛନ୍ତି ଆଉ ପରେ ସ୍ୱାମୀ ବାରଣ୍ଡା ଆଗରେ ନିଜ ଅଧିକାର ପାଇଁ ଲଢେଇ କରୁଛନ୍ତି | ଯିଏ ଯାହାକୁ ଭଲପାଏ ସେ କେବଳ ଭଲପାଇବା ଦେଇଚାଲେ କିନ୍ତୁ ବିବାହ ପୂର୍ବରୁ କୌଣସି ସମ୍ପର୍କ ରଖି ଏମିତି ପାଦରେ ଆଡେଇ ଦିଏନି | ହେଲେ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ପ୍ରେମକୁ ନେଇ ସିରିଏସ ଥିବା ଲୋକ ଲୋକ ଲଜ୍ୟାରେ ନିଜ ଜୀବନ ହାରୁଛି ତ ଆଉ କେବେ ଗୁମୁରି ଗୁମୁରି କାନ୍ଦୁଛି | ଶେଷରେ ଗୋଟେ କଥା କହିବି ପ୍ରତ୍ୟେକ ଲୋକ ଜାଣିବା ଉଚିତ ଯେ ମାଛ ହାଟ ଆଉ ଶୁଖୁଆ ହାଟ ଭିତରେ ପାର୍ଥକ୍ୟ କଣ | ଯଦି ମଣିଷ ନିଜ ରୁଚି ଅନୁଯାୟୀ ମାଛକୁ ଛାଡି ଶୁଖୁଆ ଖାଉଛି ତେବେ ସେ ଜିଅନ୍ତା ମାଛର ସ୍ୱାଦକୁ ଭୁଲିଯାଉଛି ଠିକ ସେମିତି ନିଜ ପ୍ରମକୁ ଛାଡି ଯିଏ ଆଉ କାହାର ହୋଇଯାଉଛି ବୁଝି ନିଅନ୍ତୁ ଶୁଖୁଆ ହାଟରେ ଲୋକଙ୍କ ଗହଳି ଜମିଛି | ସେଥିପାଇଁ ଭଲ ମଣିଷକୁ ପ୍ରେମ କରନ୍ତୁ ଖୁସିରେ ନିଜ ଜୀବନ ଅତିବାହିତ କରନ୍ତୁ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ ଭୁବନେଶ୍ୱର