ଆଜି ହେବ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସଵ
କଣାସ,(ପାହାନ୍ତା ସିଂହ ଅଜଂଳୀ ସାହୁ):ଵିଦ୍ୟା ଭାରତୀ-ଶି କ୍ଷା ବିକାଶ ସମିତି ଦ୍ବାରା ପରିଚାଳିତ କଣାସ ବ୍ଲକର ପ୍ରତିଷ୍ଠିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୯ତମ ବାର୍ଷିକ ଉତ୍ସଵ ଆସନ୍ତା ୫ ତାରିଖ ରବିବାର ଦିନ ଦିନ ୪ଟା ସମୟରେ ଅନୁଷ୍ଠିତ ହେବ। ଏହି ବାର୍ଷିକ ଉତ୍ସଵରେ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, କଣାସ ସରପଂଚ ଭଗବାନ ସୁବୁଦ୍ଧି , ଶିଵିସି ପୂର୍ବ ସମ୍ଭାଗ ଭୁବନେଶ୍ଵରର ସଭାପତି କୁଳମଣି ମିଶ୍ର ପ୍ରମୁଖ ଯୋଗଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ବିଦ୍ୟାଳୟର ସଭାପତି ସୁବୋଧ ଦାସଙ୍କ ଅଧକ୍ଷତା ରେ ଆନୁଷ୍ଠିତ ଉତ୍ସଵରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଅଭିଭାବକ ଓ ଜନସାଧାରଣ ମାନେ ବହୁଳ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ସାଫଲ୍ୟ ମଣ୍ଡନ କରିଵା ପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ହାଡିବନ୍ଧୁ ଚମ୍ପିତି ଓ ପ୍ରଧାନ ଆଚାର୍ଯ୍ୟ ସଂଜୟ କୁମାର ସେଠୀ ନିବେଦନ କରିଛନ୍ତି ।