ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ପ୍ରଶିକ୍ଷୀଣ ଶିବିର ଉଦଘାଟିତ ହୋଇଯାଇଛି। ଏହା ୦୮/୦୧/୨୦୨୫ ରୁ ଆରମ୍ଭ ହୋଇ ୧୫/୦୧/୨୦୨୫ ପର୍ଯ୍ୟନ୍ତ ଚାଲୁରହିବ। ଆଜିର ଉଦଘାଟିତ ସଭା ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ସୁଶାନ୍ତ କୁମାର ମଲିକ ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ଆଶାଲତା ଦିଗଲ ରେଞ୍ଜର ଅଫିସର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଏବଂ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରେମ ଚାନ୍ଦ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ନୋଡାଲ ଅଫିସର ଶ୍ରୀୟା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ତାଲିମ ଶିବିର ରେ ୨୫୦ ରୁ ଉର୍ଦ୍ଧ ଛାତ୍ରୀ ଯୋଗଦେଇଥିଲେ।ଛାତ୍ରୀମାନଙ୍କୁ ଟ୍ରେନର ପ୍ରିୟଙ୍କା ସ୍ୱାଇଁ ତାଲିମ୍ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ