ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟ ପରିସରରେ ଏକାଦଶ ଶ୍ରେଣୀର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର  ଉଦଘାଟିତ ହୋଇଯାଇଛି। ଅଧ୍ଯାପିକା ଡ.ନିର୍ମଳା ମହାନ୍ତିଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ଅସୀତ କୁମାର ଷଡ଼ଙ୍ଗୀ ଉଦଘାଟନ କରିଥିଲେ। ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଛାତ୍ରୀ ଏହି ପ୍ରଶିକ୍ଷଣ ନେବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ। ଅଧ୍ଯାପିକା ପୁଷ୍ପଲତା ସାହୁ, ଶାଲିନୀ ସକ୍ସେନା, ସଶ୍ମିତା ସ୍ବାଇଁ, ଡ. ରଞ୍ଜିତା ପାତ୍ର, ଅଞ୍ଜଳି ମଣ୍ଡଳ, ପ୍ରିୟଙ୍କା ପାତ୍ର, ଅଧ୍ଯାପକ କୈଳାସ ଚନ୍ଦ୍ର ଦିଓ୍ବାନ ବେହେରା, ତ୍ରିଲୋଚନ ରଇତ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ମାଷ୍ଟର ଟ୍ରେନର ରାକ୍ଷୀ କୁମାରୀ ସାହୁ ଏବଂ ଉଷାରାଣୀ ଦୋରା ଶିବିର ପରିଚାଳନା କରିଥିଲେ।ଶେଷରେ ଅଧ୍ୟାପିକା ତଥା କାର୍ଯ୍ୟକ୍ରମ ସଂଯୋଜିକା ଡ. ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ