ଆତ୍ୟାଧୁନିକ ରାଷ୍ଟ୍ର ନିର୍ମାଣରେ ମୂଳ ଆଧାର ବାଲ ବୈଜ୍ଞାନିକ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ପୁରୀ ଜିଲ୍ଲା ଅସ୍ତରଙ୍ଗ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ପିଏମଶ୍ରୀ ଶ୍ରୀ ଜଗନ୍ନାଥ ନୋଡାଲ ଉପ୍ରା ବିଦ୍ୟାଳୟ ବନ୍ତିଲୋ ରେ ବିଦ୍ୟାଳୟ ସ୍ତରୀୟ ବୈଜ୍ଞାନିକ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପରିଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ମଣ୍ଡଳ ସହଶିକ୍ଷାଧିକାରୀ ଶ୍ରୀଯୁକ୍ତ ମଙ୍ଗୁଳି ଚରଣ ଦାସ, ମୁଖ୍ୟ ବକ୍ତା ପୂର୍ବତନ ମଣ୍ଡଳ ଶିକ୍ଷାଧିକାରୀ ଶାନ୍ତନୁ ପରିଡା, ସଂମ୍ମାନିତ ଅତିଥି ସାଧନ ସଂଯୋଜକ ଦୁର୍ଯ୍ୟୋଧନ ନାୟକ, ପୂର୍ବତନ ପ୍ରଧାନଶିକ୍ଷକ ଦ୍ଵିଜବର ବାଘ, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ବୀଣାପାଣି ରାଉତ, ବିଜ୍ଞାନ ପର୍ଯ୍ୟବେକ୍ଷକ ଅରୁଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଜ୍ଞାନର ବିକାଶ ଯୋଗୁଁ ମାନବ ସଭ୍ୟତାର ବିକାଶ ସମ୍ଭବପର ହୋଇପାରିଛି। ଏଣୁ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଛାତ୍ର ଜୀବନରେ ନିଜକୁ ଅଧିକ ଶୃଙ୍ଖଳିତ ଭାବରେ ଗଢି ତୋଳିବା ପାଈଁ ଅତୀଥି ମାନେ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପରିଡା ନିଜ ବକ୍ତବ୍ୟ ରେ କହିଥିଲେ ବାଲ ବୈଜ୍ଞାନିକ ମାନେ ଅତ୍ୟାଧୁନିକ ରାଷ୍ଟ୍ର ନିର୍ମାଣ ର ମୂଳ ଆଧାର ବୋଲି ମତ ଦେଇଥିଲେ। ଖାଦ୍ୟ ସ୍ୱାସ୍ଥ୍ୟ ଓ ସ୍ୱଛତା, ପରିବହନ ଓ ଯୋଗାଯୋଗ, ପ୍ରାକୃତିକ, କୃଷି, ବିପର୍ଯୟ ପରିଚାଳନା, ଆଦର୍ଶ ଗଣିତ ପ୍ରଦର୍ଶନ, ବର୍ଜ୍ୟବସ୍ତୁ ପରିଚାଳନା, ସମ୍ବଳପରିଚାଳନା ଆଦି ବିଷୟକୁ ନେଇ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମୋଟ ୫୧ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟ ରୁ ବିଚାରକ ମଣ୍ଡଳୀ ୫ ଟି ପ୍ରକଳ୍ପ ବ୍ଲକସ୍ତରକୁ ମନୋନୀତ କରିଛନ୍ତି। ସେଥି ମଧ୍ୟରେ ପ୍ରଥମ ସ୍ଥାନ ଆଦିତୀ ସାହୁ, ଦ୍ୱିତୀୟ ସ୍ଵାଗତିକା ଲେଙ୍କା, ତୃତୀୟ ଶୈଳେଶ୍ରୀ ପ୍ରଧାନ, ଚତୁର୍ଥ ସ୍ଥାନ ବିଜୟିନୀ ବିଶ୍ୱାଳ ଓ ପଞ୍ଚମ ସ୍ଥାନ ରେ ବର୍ଷା ପ୍ରିୟଦର୍ଶନୀ ମନୋନୀତ ହୋଇଥିଲେ। ଏହି ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ରେ ସାଧନସଂଯୋଜକ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।


