ଆଦର୍ଶ ଛାତ୍ରବତ୍ସଳ ପୂର୍ବତନ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଗୋଷ୍ଟୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସଦର କ୍ଳଷ୍ଟରର ସରକାରୀ ଏନ୍‍ଏସି ଉଚ୍ଚ ବିଦ୍ୟାଳୟର ଆଦର୍ଶ ଛାତ୍ରବତ୍ସଳ ପୂର୍ବତନ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶ ନିଜ ନିଜ କର୍ମମୟ ଜୀବନରୁ ଅବସରଗ୍ରହଣ କରିସାରିଥିବା ବେଳେ ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ଅପରାହ୍ନରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । ଆସିକା ସରକାରୀ ଏନ୍‍ଏସ୍‍ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶୁଭଶ୍ରୀ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ପ୍ରଦୀପ କୁମାର ଶତପଥୀ, ସୁରେନ୍ଦ୍ରନାଥ ପଟ୍ଟନାୟକ, ଗଣେଶ ମହାନ୍ତି, ପ୍ରସନ୍ନ କୁମାର ସାହୁ, ଅମୀୟ ରଂଜନ ନାୟକ, କାମିନୀ ଦେବୀ, ସଂଜୁଲତା ସାବତ, ସୁଷମା ପରମାଣିକ, ଅର୍ଚ୍ଚନା ପାଢୀ, ଭାଗ୍ୟଲକ୍ଷ୍ମୀ ପାଢୀ, ମଂଜୁଳା ସ୍ୱାଇଁ, ଏସ୍‍କେ ୟୁସୁଫ୍‍ ପ୍ରମୁଖ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଛାତ୍ରବତ୍ସଳ ଅବସରପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶଙ୍କ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ବିଦାୟୀ ଅବସରପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶଙ୍କୁ ଆସିକା ସରକାରୀ ଏନ୍‍ଏସି ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିବରାମ ମହାରଣା, ସରକାରୀ ଏନ୍‍ଏସି ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ମୁକେଶ୍‍ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ରନାଥ ମିଶ୍ର, ପିତବାସ ମୁନି, ଜୟରାମ ନାୟକଙ୍କ ସମେତ ବହୁ ଶିକ୍ଷକ, ଗ୍ରାମବାସୀ, ସଚେତନ ନାଗରିକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ, ବିଦ୍ୟାର୍ଥୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଅବସରପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶ ନିଜ ଅଭିଭାଷଣରେ ଏହି ପୁରାତନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଅଞ୍ଚଳବାସୀଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ଆସିିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସଦର କ୍ଳଷ୍ଟରର ଏନ୍‍ଏସି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସରକାରୀ ଏନ୍‍ଏସି ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଅଧ୍ୟାପନା କରି ଶହ ଶହ ମେଧାବୀ ଛାତ୍ରଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରବତ୍ସଳ ଅବସରପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶଙ୍କୁ ବୁଧବାର ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ୧୯୮୫ ମସିହାରେ ବ୍ରହ୍ମପୁର ନିକଟସ୍ଥ ଡୁରା ନ୍ୟାସନାଲ୍‍ ହାଇସ୍କୁଲରୁ ସହକାରୀ ଶିକ୍ଷକ ରୂପେ ନିଯୁକ୍ତି ପାଇ ଶିକ୍ଷକତା ଜୀବନ ଆରମ୍ଭ କରି ଅତୀତରେ ବ୍ରହ୍ମପୁର କୁଇନ୍‍ ମିଶନ୍‍ ହାଇସ୍କୁଲରେ ସହକାରୀ ଶିକ୍ଷକ, ଆସିକା ହରିହର ହାଇସ୍କୁଲରେ ସହକାରୀ ଶିକ୍ଷକ, କୁକୁଡାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ, ଆସିକା ସରକାରୀ ଏନ୍‍ଏସି ହାଇସ୍କୁଲରେ ପ୍ରଧାନଶିକ୍ଷକ ରୂପେ ରହି ଦକ୍ଷତାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିଆସିଥିବା ଅବସରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶଙ୍କୁ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଝୁରି ହେଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ