ଆଦର୍ଶ ଛାତ୍ରବତ୍ସଳ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅଧିନସ୍ଥ ସିଦ୍ଧନଇ ଗ୍ରାମ ପଂଚାୟତର ସିଦ୍ଧନଇ ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ଭାଗିରଥୀ ଷଡଙ୍ଗୀ ନିଜ ନିଜ କର୍ମମୟ ଜୀବନରୁ ଅବସରଗ୍ରହଣ କରିସାରିଥିବା ବେଳେ ଏହି ଅବସରରେ ଶିକ୍ଷାନୁଷ୍ଠାନ ପରିସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସିଦ୍ଧନଇର ପ୍ରଧାନଶିକ୍ଷକ ଭକ୍ତବତ୍ସଳ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଶିକ୍ଷକ ସୁଧାଂଶୁ ଶେଖର ଦାଶ, ନାରାୟଣ ଡାକୁଆ, ବସନ୍ତ କୁମାର ପ୍ରଧାନ, ବିଷ୍ଣୁପ୍ରସାଦ ମିଶ୍ର, ସତ୍ୟନାରାୟଣ ବେହେରା, ଶିବରାମ ପୋଲାଇ, ରାଜେଶ୍ କୁମାର ବିଷୋୟୀ, ଗୋପାଳକୃଷ୍ଣ ସ୍ୱାଇଁ, ନନ୍ଦ କୁମାର ବିଷୋୟୀ, ରାଜୀବ ପାତ୍ର, ବାବୁ ବିଷୋୟୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ଛାତ୍ରବତ୍ସଳ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥୀ ଷଡଙ୍ଗୀଙ୍କ ବହୁମୁଖୀ ପ୍ରତିଭା ଉପରେ ସ୍ମୃତିଚାରଣ କରିବା ସହ ଅବସର ପରବର୍ତ୍ତୀ ଜୀବନ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ବିଦାୟୀ ପ୍ରଧାନଶିକ୍ଷକ ଭାଗିରଥୀ ଷଡଙ୍ଗୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲଡୁକିଶୋର ବେହେରା, କବିରାଜ ସ୍ୱାଇଁ, ଅଭିମନ୍ୟୁ ବେହେରା, ସନ୍ତୋଷ କୁମାର ବିଷୋୟୀ, ପ୍ରଫୁଲ କୁମାର ବିଷୋୟୀ, ବୁଦ୍ଧନ ସ୍ୱାଇଁ, ଭଗବାନ ବିଷୋୟୀ, ଗଦାଧର ଗୌଡ, ଲୋକନାଥ ସ୍ୱାଇଁ, ବିଶ୍ୱନାଥ ବିଷୋୟୀ, ବିଚିତ୍ରାନନ୍ଦ ପାତ୍ରଙ୍କ ସମେତ ବହୁ ଶିକ୍ଷକ, ଗ୍ରାମବାସୀ, ସଚେତନ ନାଗରିକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥୀ ଷଡଙ୍ଗୀ ଏହି ଅବସରକାଳୀନ ସଭାରେ ଉଦ୍ବୋଧନ ଦେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ସିଦ୍ଧନଇ ପଂଚାୟତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥୀ ଷଡଙ୍ଗୀଙ୍କୁ ଛାତ୍ରଛାତ୍ରୀମାନେ ବାଦ୍ୟବାଜଣାରେ ତାଳେତାଳେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ପଂଚାୟତ ଉଚ୍ଚ ବିଦ୍ୟାଳୟ ସିଦ୍ଧନଇରେ ଦୀର୍ଘ ୨୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନିରବିଚ୍ଛିନ ଭାବେ ନିଷ୍ଠାର ସହ ଅଧ୍ୟାପନା କରି ଶହ ଶହ ମେଧାବୀ ଛାତ୍ରଙ୍କୁ ସୃଷ୍ଟି କରିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରି ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଆଦର୍ଶ ଛାତ୍ରବତ୍ସଳ ପ୍ରଧାନଶିକ୍ଷକ ଭାଗିରଥୀ ଷଡଙ୍ଗୀଙ୍କୁ ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ୧୯୯୮ ମସିହାରେ ସିଦ୍ଧନଇ ପଂଚାୟତ ଉଚ୍ଚ ବିଦ୍ୟାଳୟରେଶିକ୍ଷକତା ଜୀବନ ଆରମ୍ଭ କରି ଦୀର୍ଘ ୨୭ ବର୍ଷ ଧରି ଦକ୍ଷତାର ସହ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିଆସିଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥୀ ଷଡଙ୍ଗୀଙ୍କୁ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଝୁରି ହେଉଥିବା ଲକ୍ଷ୍ୟ କରାଯାଇଥିଲା ।