ଆଦିବାସୀ ଛାତ୍ରୀଙ୍କୁ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଯାତନା ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରେ ବିଳମ୍ବ କାହିଁକି?
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଜଣେ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ହଷ୍ଟେଲ ସୁପରିରଟେଣ୍ଡେଣ୍ଟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଯିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି. ଘଟଣାରୁ ପ୍ରକାଶ ଯେ, ସାମାଜିକ କର୍ମୀ ମୋଜେସ ଦଳବେହେରା ଜଣାଇଛନ୍ତି ଯେ, ଚଳିତ ମାସ 1 ତାରିଖ ଦିନ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଗଜପତି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅଭିଯୋଗ ଅନୁଯାୟୀ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଏକ ହଷ୍ଟେଲର ସୁପରିରଟେଣ୍ଡେଣ୍ଟ ଅନ୍ତେବାସୀଙ୍କୁ ନିର୍ଯାତନା ଦେଇଛନ୍ତି। ଏନେଇ କେତେକ ଅଭିଭାବକ ମଧ୍ଯ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରି ଉତ୍ତୀଡ଼ନର ଘଟଣା ହଷ୍ଟେଲରେ ରହୁଥିବା ଅନ୍ତେବାସୀ ତଥା ଝିଅମାନଙ୍କ ପାଇଁ ବିପଦପୁର୍ଣ ପରିବେଶ ସୃଷ୍ଟି କରିଛି। ଅଧୀକ୍ଷକଙ୍କ ଆଚରଣ ସେମାନଙ୍କୁ ଭୟଭୀତ କରିଛି. ଅନେକ ଝିଅ ଅପମାନଜନକ ମନ୍ତବ୍ୟ ଏବଂ କାର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି। ଏଭଳି ସମସ୍ୟା ଯୋଗୁଁ ହଷ୍ଟେଲ ସୁପରିରଟେଣ୍ଡେଣ୍ଟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ପୀଡିତାଙ୍କୁ ସୁରକ୍ଷା ଏବଂ ପରାମର୍ଶ ଦେବା, ଆଇନ ଅନୁଯାୟୀ ଅଧୀକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା. କିନ୍ତୁ ଅଭିଯୋଗ ହେବାର ଆଠଦିନ ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାନଯିବା ଦୁଃଖ ଓ ପରିତାପର ବିଷୟ ବୋଲି ସମାଜସେବୀ ମୋଜେସ ଦଳ ବେହେରା ପ୍ରକାଶ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି.