ଆନନ୍ଦ ସଂଗୀତାୟାନର 90 ତମ ମାସିକ ଭଞ୍ଜ ସଂଗୀତ ଆସର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ଗତ ସୋମବାର ସନ୍ଧ୍ୟା 6.30 ମିନିଟ ସମୟରେ ଅନୁଷ୍ଠାନର 90ତମ ଭଞ୍ଜ ସଂଗୀତ ଆସର ବଦକୋଦଣ୍ଡା ଠାରେ ଅନୁଷ୍ଠିତ ହୋଇଅଛି| ସଂସ୍କୃତି ବିକାଶ ସଂସଦ ର ଆୟୋଜନ ରେ ଏହି କାର୍ଯ୍ୟକର୍ମକୁ ବଡକୋଦଣ୍ଡା ଅଶୋକ ଜେନା ସହଯୋଗ କରିଥିଲେ | ସ୍ୱର୍ଗତ ମାଗୁଣି ଜେନାଙ୍କ ଏକାଦଶହ ଅବସରରେ ଏହି ଶ୍ରଦ୍ଧାଞ୍ଜଳି ସଂଗୀତ ସନ୍ଧ୍ୟା ହୋଇଥିଲା, ସ୍ବର୍ଗତ ମାଗୁଣି ଜେନ| ଆନନ୍ଦ ସଂଗୀତାୟନ ଅନୁଷ୍ଠାନର ଉପଦେଷ୍ଟା ଭାବେ ବହୁ ଦିନରୁ କାର୍ଯ୍ୟ କରି ଅନୁଷ୍ଠାନର ଭଞ୍ଜ ସଂଗୀତ ଆସର କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସହଯୋଗ କରିଆସୁଥିଲେ |ଶୋକସଭା ଏବଂ ପୁଷ୍ପ ମାଲ୍ୟ ପ୍ରଦାନକରି ଏହି ସଂଗୀତ ସାନ୍ଧ୍ୟକୁ ତାଙ୍କୁ ସମର୍ପିତ କରାଯାଇଥିଲା| ଅତିଥି ଭାବେ ନାଟ୍ୟକାର ପ୍ରଫୁଲ୍ଲ ବେହେରା ଏବଂ ସୁବାସ ମହାରଣା ଯୋଗ ଦେଇ ସ୍ମୃତି ଚାରଣ କରି ଥିଲେ | ଅନୁଷ୍ଠାର ଶିଳ୍ପୀ ଚିନ୍ମୟୀ ଗୌଡ଼, ଅଶୋକ ମହାପାତ୍ର, ଅଭିଷେକ ମହାପାତ୍ର, ଦିବାକର ପ୍ରଧାନ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ