ଆପ୍ତିରା ୟୁଜିଏମଇ ବିଦ୍ୟାଳୟରେ ପୋଷାକ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧିନ ଆପ୍ତିରା ୟୁଜିଏମଇ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନୁଜା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ସିଆରସିସି ପ୍ରଦୀପ କୁମାର ପଲେଇ ଯୋଗ ଦେଇଥିଲେ । ଏହି ଅବସରରେ ୧ମରୁ ୮ମ ଶ୍ରେଣୀର ମୋଟ ୬୧ ବାଳକ ଓ ୫୯ ଜଣ ବାଳିକାଙ୍କୁ ଦୁଇ ହଳ କରି ପୋଷାକ ବଣ୍ଟନ କରାଯାଇଥିଲା । ଉତ୍ସବରେ ପରିଚାଳନା କମିଟିର ସଭାପତି ଅଶୋକ ଦାସ, ଉପସଭାନେତ୍ରୀ ଶର୍ମିଳା ବେହେରା, ୱାର୍ଡ ସଭ୍ୟା ରଞ୍ଜିତା ଜେନା, ସଭ୍ୟା ପୁଷ୍ପଲତା ରାଉତ, ନମିତା ବିଶ୍ୱାଳ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଗୋପିନାଥ ଦାଶ, ପ୍ରଭାତ ନାୟକ, ଜାନକୀବାଳା ଜେନା, ଗୌରାଙ୍ଗ ବିଶ୍ୱାଳ, କୁଳମଣି ନାଏକ, କ୍ରୀଡା ଶିକ୍ଷକ ରତ୍ନାକର ଖିଲାର ସହଯୋଗ କରିଥିଲେ ।