ଆବାସ ଯୋଜନାରେ ଝରଣାଙ୍କୁ କେବେ ମିଳିବ ପକ୍କା ଘର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ଦୋଳପଦୀ ଗ୍ରାମର ଝରଣା ଯେନାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ମିଳୁନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଏହି ଗ୍ରାମର ପୀତବାସ ଯେନାଙ୍କ ପତ୍ନୀ ଝରଣା ଯେନା ଜଣେ ଅନୁସୂଚିତ ଜାତିର ଗରିବ ଶ୍ରେଣୀର ମହିଳା ଅଟନ୍ତି । ସାମାନ୍ୟ ଘର ତଳିରେ ଚାଳଛପର ଘରେ ସେ ପରିବାର ସହ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ଗତ ବାତ୍ୟାରେ ତାଙ୍କର ଘର ଭାଙ୍ଗି ଯିବା ଫଳରେ ସେ ଖରା, ବର୍ଷା ଓ ଶୀତରେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି । ତାଙ୍କର ପକ୍କା ଘର ଖଣ୍ଡିଏ ନଥିବାରୁ ସେ ଗତ ଜାନୁଆରୀ ମାସରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଜିଲାପାଳ ଓ ବିଡିଓଙ୍କୁ ଡାକ ଯୋଗେ ଗୁହାରୀ କରିଥିଲେ । ଏପର୍ଯ୍ୟନ୍ତ ତାଙ୍କୁ ପକ୍କା ଘର ମିଳିନଥିବା ସେ କହିଛନ୍ତି । ଶେଷରେ ସେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଡାକ ଯୋଗେ ଅଭିଯୋଗ କରିଥିବା ଜଣାଯାଇଛି । ତେବେ ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ