ଆର୍ଏସ୍ଏସ୍ ପାଇଁ ଦେଶଭକ୍ତି ସର୍ବପ୍ରଥମ ବିଚାର ଅଟେ
ବ୍ରହ୍ମପୁର,(ଅନିଲ କୁମାର):ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ରପ୍ରତିଷ୍ଠା ଦିବସ ତଥା ପବିତ୍ର ବିଜୟା ଦଶମୀଉତ୍ସବ ଗୁରୁବାର ପୂର୍ବାହ୍ନରେ ପାଳିତ ହୋଇଛି ।ମହାନଗରର ୪ଟି ସ୍ଥାନରୁ ୪ଟି ପଥ ସଞ୍ଚଳନ (ରୁଟ୍ମାର୍ଜ) ସକାଳ ୭ଟାରେ ବାହାରିଥିଲା । ଗୋସାଇଁନୁଆଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ନୀଳକଣ୍ଠନଗର ସରସ୍ୱତୀଶିଶୁ ବିଦ୍ୟାମନ୍ଦିର, କୋର୍ଟପେଟା ଛକନୀକଟ ଜଳସେଚନ
ବିଭାଗ କାର୍ଯ୍ୟାଳୟ ପାଖ ଏବଂ ଏମ୍ସିଜି ମେଡିକାଲ୍ ପଡିଆରୁ ପଥ ସଞ୍ଚଳନ ବାହାରି ସମସ୍ତେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଏକତ୍ରିତ ହୋଇଥିଲେ। ଗଣବେଶଧାରୀ ସ୍ୱୟଂସେବକମାନେ ଘୋଷବାଦ୍ୟ ଓ ଭଗବା ଧ୍ଜ ସହ ପରିକ୍ରମା କରିବା ବେଳେ ବିଭିନ୍ନ ସ୍ଥାନରେ ଫୁଲ, ଦୀପ
ସହ ସ୍ୱାଗତ କରାଯାଇ ଥିଲା। ପରେ ବିଶ୍ୱବିଦ୍ୟାଳୟ ପଡିଆରେ ହୋଇଥିବା ସଭାରେ ୟୁଦ୍ଧ, ଦଣ୍ଡ ଯୁଦ୍ଧ, ଯୋଗାସନ ଆଦି ଶାରୀରିକ
ପ୍ରଦର୍ଶନ କରିଥିଲେ । ଆଏର୍ସ୍ଏସ୍ ଗଞ୍ଜାମ ବିଭାଗ ସଂଘଚାଳକ ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ଭଗବା[ ତ୍ରିପାଠୀ, ଜିଲ୍ଲା ସଂଘଚାଳକ ତଥା ଅବସରପ୍ରାପ୍ତ ହୋମିଓପାଥିକ କଲେଜ ଅଧ୍ୟକ୍ଷ ଡା.
ପ୍ରଶାନ୍ତ କୁମାର ପତି ମଞ୍ଚାସୀନ ଥିଲେ । ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଡକଫର୍ସ ଫୋରମ୍ ସଭାପତି ଡା. ଶଙ୍କର୍ଷଣ ପାତ୍ର ମୁଖ୍ୟ ଅତିଥି
ଏବଂ ଆଏର୍ସ୍ଏସ୍ ଓଡ଼ିଶା ପୂର୍ବପ୍ରାନ୍ତ କାର୍ଯ୍ୟବାହ ଡ. ଅନଲ କୁମାର ମିଶ୍ର ମୁଖ୍ୟ ବକ୍ତା ଥିଲେ । ନଗର କାର୍ଯ୍ୟବାହ ସୁରେଶ ବିଷୋୟୀ ଅତିଥି ପରିଚୟ କରାଇଥିଲେ । ମୁଖ୍ୟ ଅତିଥି କହିଥିଲେ ଯେ- ସୁସ୍ଥ ରାଷ୍ଟ୍ର ସକାଶେ ସୁସ୍ଥ ସଂସ୍କୃତି ଓ ସୁସ୍ଥ ମାନସିକତା
ଆବଶ୍ୟକ। ଅେ[କ କ୍ଷେତ୍ରରେ ଲୋକେ [ିଜକୁରାଜ୍ୟ, ଧର୍ମ, ଜାତି ଆଧାରରେ ପରିଚୟ ଦେଉଛନ୍ତି ସି[ା ଭାରତୀୟ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ସଂସ୍କାର ବ୍ୟକ୍ତି ଠାରୁ,ତାର ପରିବାରରୁ ଆରମ୍ଭ କରି ମାନସିକତା ବଦଳାଇଲେ ରାଷ୍ଟ୍ର ସମୃଦ୍ଧ ହେବ। ମୁଖ୍ୟ ବକ୍ତା କହିଥିଲେ ଯେ ସମାଜରେ ଭିନ୍ନ ଭିନ୍ନ ବିଚାରଧାରା ରହିଛି । କିନ୍ତୁ
ଆଏର୍ସ୍ଏସ୍ ସକାଶେ ଦେଶଭକ୍ତି ସର୍ବାଦୌ ଓ ସର୍ବାଗ୍ରେ ବିଚାର ଅଟେ । ବ୍ୟକ୍ତି ନିର୍ମାଣର ପ୍ରଥମ ପାହାଚ ହେଉଛି ରାଷ୍ଟ୍ର ଭକ୍ତ । ଦେଶକୁ ଆରାଧ୍ୟା ମୂର୍ତ୍ତିମନ୍ତ ପ୍ରତୀକ ବୋଲି ଶାଖାସ୍ଥାନରେ ସ୍ୱୟଂସେବକଙ୍କୁ ଶିକ୍ଷା ଦିଆଯାଏ । ସେଥିପାଇଁ ନିଜଇଚ୍ଛାରେ ଦେଶସେବା କରିବାକୁ ପ୍ରତିଜ୍ଞାବଦ୍ଧ
ହୋଇଥାଏ ସýୟଂସେବକ । ସେଥିପାଇଁ ତାକୁ ସମାଜସେବା, ଅ[ୁଶାସ[, ସମର୍ପଣର ଭାବ ଆଦି ଗୁଣର ଶିକ୍ଷା ପ୍ରଦାନ କରାଯାଏ । ସେଥିପାଇଁ ସଂଘ ଆଜି ବିଶ୍ୱର ସର୍ବବୃହତ୍ ରାଷ୍ଟ୍ରବାଦୀ ସେ୍ୱଚ୍ଛାସେବୀ
ସଙ୍ଗଠନ ହୋଇପାରିଛି