ଆର. ଉଦୟଗିରିରେ ଶୀତଳଷଷ୍ଠୀ ଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଜପତି ଜିଲ୍ଲାର ଆର.ଉଦୟଗିରିରେ ଧୁମଧାମ୍‌ରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇଯାଇଛି। ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ରାଜେନ୍ଦ୍ର ପାତ୍ର ମହାଦେବଙ୍କ ପିତା ସାଜିଥିବା ବେଳେ ସଞ୍ଜୟ କୁମାର ପଣ୍ଡା ମା’ ପାର୍ବତୀଙ୍କ କନ୍ୟାପିତା ସାଜି ଦାୟିତ୍ଵ ସମ୍ପନ୍ନ କରିଥିଲେ । ଉଭୟ ବରକନ୍ୟାଙ୍କ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ଅପରାହ୍‌ଣରେ ନିର୍ବନ୍ଧ ସମ୍ପନ୍ନ କରାଯାଇଥିଲା । ସନ୍ଧ୍ୟାରେ କନ୍ୟାପିତାଙ୍କ ପକ୍ଷରୁ ବିରାଟ ପଟୁଆରରେ ମାତା ପାର୍ବତୀଙ୍କ ପ୍ରତିମୂର୍ତ୍ତି ସହ ସ୍ଥାନୀୟ ଶୈବପୀଠରେ ସମବେତ ହୋଇଥିଲେ। ସଠିକ୍ ସମୟରେ ହସ୍ତଗ୍ରନ୍ଥି ପଡ଼ିଥିବା ବେଳେ ଗ୍ରାମବାସୀ ପ୍ରସାଦସେବନର ସୁଯୋଗ ପାଇଥିଲେ। ଆଜି ଆର. ଉଦୟଗିରି ଗ୍ରାମରେ ପରିକ୍ରମା କରି ଦେବଦମ୍ପତି ଯୁଗଳମୂର୍ତ୍ତଙ୍କୁ ଲୋକେ ଓ ଶ୍ରଦ୍ଧାଳୁ ଦର୍ଶନ କରିବା ସହ ପୂଜାଅର୍ଚ୍ଚନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ