ଆସନ୍ତା ଡିସେମ୍ବର ୨ରେ ଖୋଲିବ ଧାନ ମଣ୍ଡି

ନବରଙ୍ଗପୁର, (ୱାଏନଏସ) : ଜିଲ୍ଲାରେ ଖରିଫ ଋତୁ 2024-25 ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ ସ୍ଥାନୀୟ ମିଶନ ଶକ୍ତି ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଆସନ୍ତା ଡିସେମ୍ବର 2 ତାରିଖ ଦିନ ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି,। ଚଳିତ ବର୍ଷ ଧାନ ବିକ୍ରି ପାଇଁ 42 ହଜାର 411 ଜଣ ଚାଷୀ ରେଜିଷ୍ଟ୍ରିଭୁକ୍ତ ହୋଇଛନ୍ତି। ଏଥର 13 ଗୋଟି ଲ୍ୟାମ୍ପ ଓ 44 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଦୁଇଟି ପାଣି ପଞ୍ଚାୟତ ଦ୍ୱାରା ଧାନ ସଂଗ୍ରହ କରାଯିବ । ଧାନ ସଂଗ୍ରହ ପାଇଁ ମୋଟ 60 ଟି କେନ୍ଦ୍ର ସ୍ଥାପନ କରାଯିବ ବୋଲି ବୈଠକ ରେ ସୂଚନା ଦିଆଯାଇଥିଲା। ଏହି ବୈଠକ ରେ ଧାନ ମଣ୍ଡି ରେ କଟନି ଛଟନୀ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏଥି ସହ ମଣ୍ଡି ରେ ହେଉଥିବା ଅବ୍ୟବସ୍ଥା ନେଇ କମିଟି ସଦସ୍ୟ ମାନେ ଅଭିଯୋଗ କରିଥିଲେ। ଚଳିତ ବର୍ଷ ଚାଷୀ ମାନେ ଏଫ ଏ କ୍ଯୁ ମାନର ଧାନ କ୍ୟୁଣ୍ଟାଲ ପିଛା 2300/- ଟଙ୍କା ରେ ବିକ୍ରି କରିବେ ଓ ବୋନସ 800/- ଦିଆଯିବ ଫଳରେ ଚାଷୀ ପ୍ରତି କ୍ୟୁଣ୍ଟାଲ ଧାନ ବିକ୍ରି କରି 3100/-ଟଙ୍କା ପାଇବେ ବୋଲି ସୂଚନା ଦିଆଯାଇଛି । ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଚଳିତବର୍ଷ କଟନୀ ଛଟନୀ ହବ ନାହିଁ ଏଫେକିଉ ମାନର ଧାନ ହିଁ କିଣା ହବ । ସେଭଳି ବିଧାୟକ ଗୌରୀ ମାଝୀ ମନୋହର ରନ୍ଧାରୀ ନରସିଂହ ଭତରା ମଣ୍ଡି ରେ ଚାଷୀଙ୍କୁ ନ ହଇରାଣ ନକରିବା ପାଇଁ ଅନୁରୋଧ କରିବା ସହ ଏଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପ୍ରଶାସନ କୁ କହିଛନ୍ତି । ଏଥର ଚାଷୀମାନେ ଜଳ ସେଚିତ ଜମି ର 19 କ୍ୟୁଣ୍ଟାଲ ଧାନ ଓ ଅଣ ଜଳ ସେଚିତ ଜମିର 13 କ୍ୟୁଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରି ପାରିବେ । ଜିଲ୍ଲାର ସୀମାନ୍ତ ଅଞ୍ଚଳ କୁ ସିଲ କରିବା ସହ ବାହାର ରାଜ୍ୟରୁ କିପରି ଧାନ ଜିଲ୍ଲାରେ ପ୍ରବେଶ ନକରିବ ସେଥିପାଇଁ ସଜାଗ ରହିବ ପ୍ରଶାସନ ।।ମଣ୍ଡି ରେ ଯଦି ଚାଷୀଙ୍କ କୌଣସି ଅସୁବିଧା ହୁଏ ତାହେଲେ ଅଭିଯୋଗ କରିବା ପାଇଁ ଏହା ହେଲ୍ପ ଲାଇନ ନମ୍ବର 06858-295424 ନମ୍ବର ରେ ନିଜ ଅଭିଯୋଗ ଜଣାଇ ପାରିବେ । ମଣ୍ଡି ରେ ଦଲାଲ ଙ୍କୁ ରୋକିବା ପାଇଁ ସ୍ୱତନ୍ତ୍ର ନଜର ରଖାଯିବ ଏବଂ ସବୁ ମଣ୍ଡି ରେ ସିସିଟିଭି ବ୍ୟବସ୍ଥା ରହିବ । ଚକିତ ବର୍ଷ ପ୍ରତ୍ୟେକ ମଣ୍ଡି ପାଇଁ ଜଣେ ଜଣେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ଏବଂ ସୁପରଭାଇଜର ନିଯୁକ୍ତି ଦିଆଯିବ ସେମାନେ ମଣ୍ଡି ର ତଦାରଖ କରିବେ । ଗତବର୍ଷ 76 ଟି ମିଲର ଧାନ କିଣା ପ୍ରକ୍ରିୟା ରେ ସାମିଲ ଥିଲେ କିନ୍ତୁ ଏଥର ଜଣେ ମଧ୍ୟ ମିଲର ଏଯାଏଁ ସହମତି ଦେଇନାହାଁନ୍ତି । ଏ ସମ୍ପର୍କରେ ମିଲରଙ୍କ କହିବା ହେଲା ଯେ ସେମାନଙ୍କ ଦାବି ଗୁଡିକ ସମ୍ପର୍କରେ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏଥିସହ ଚାଷୀ ଙ୍କ ସୁବିଧା ଦୃଷ୍ଟି ରେ ରଖି ପ୍ରତ୍ୟେକ ମଣ୍ଡି ରେ ବିଶ୍ରାମ ସ୍ଥାନ, ଆଲୋକି କରଣ ବ୍ୟବସ୍ଥା , ସୁଦ୍ଧ ପାନୀୟ ଜଳ, ବର୍ଷା ଦାଉରୁ ରକ୍ଷା କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ସାଂସଦ ବଳଭଦ୍ର ମାଝୀ ,ଡାବୁଗାଁ ମନୋହର ରନ୍ଧାରୀ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ , ଝରୀଗାଁ ବିଧାୟକ ନରସିଂହ ଭତ୍ରା ଜିଲ୍ଲା ଯୋଗାଣ ଅଧିକାରୀ ଆରଏମସି ବିଭାଗୀୟ ଅଧିକାରୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ମିଲର୍ସ ଆସୋସିଏସନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ